ଜୀବନ
ଜୀବନ
1 min
112
ଜୀବନ କିଛି ମିଶାଣ କିଛି ଫେଡାଣ,
ଦୁଃଖର ଗୁଣନ ଆଉ ସୁଖର ହରଣ।।
ଜନ୍ମରୁ ମୃତ୍ଯୁଯାଏ ଯେତିକି ଦୂରତା,
ତା' ଭିତରେ କହିଥାଏ ଜୀବନ ତା' କଥା।।
ସେ କଥାରେ କିଛି ସତ କିଛି ବି ସପନ,
ଯେ ଏକାଠି ବାନ୍ଧିପାରେ ସେଇତ ଜୀବନ।।
ରାତ୍ରିର ଅନ୍ଧାର ଆଉ ଦିନର ଆଲୋକ,
କଣ୍ଟାର ଆଘାତ ପୁଣି ଫୁଲର ମହକ।।
ପ୍ରଶ୍ନର ଝଡ଼ ସାଥେ ସନ୍ଦେହର ନୀଆଁ;
ଲୁହର ବରଷାହସ ଫଗୁଣର ଛୁଆଁ।।
କେତେବେଳେ ସମସ୍ୟା ତ କେବେ ସମାଧାନ,
ତା ଭିତରେ ଜୀବନର ସଂଜ୍ଞା ନିରୂପଣ।।
