STORYMIRROR

Manash ranjan Pattanayak

Romance

2  

Manash ranjan Pattanayak

Romance

ମୋ କନିଆଁ

ମୋ କନିଆଁ

1 min
2.8K

ତା କାଚ କଙ୍କଣ ଝୁଣୁ ଝୁଣୁ ହେଲେ

      ଛାତିରେ ଲାଗେ ମୋ ନିଆଁ

ଓଦା ବସନରେ ଯେବେ ସେ ଆସଇ 

       କରଇ ମତେ କିମିଆଁ


ରୂପମତୀ ରାଣୀ ତେରେଛା ଚାହାଣି 

      ଗଣ୍ଡଦେଶେ କଳାଯାଈ।

ରୂପା ଅଣ୍ଟା ସୁତା ପିନ୍ଧିଅଛି ଗୋରୀ 

      ମନ ମୋ ନିଅଇ ମୋହି

ମୋ ଆଖି ଆଗରେ ତା ଆଖି ମିଶିଲେ

      ହେଉଅଛି ସେ ଛାନିଆଁ


  ଛାତିରେ ଲାଗେ ମୋ ନିଆଁ 

  କରଇ ମତେ କିମିଆଁ


ସଂଜବତୀ ଜାଳେ ପିନ୍ଧି ଧଳା ଶାଢୀ 

     ଚଉରା ମୁଳରେ ସେତ

ନିତି ସକାଳରେ ଯାଏ ସେ ମନ୍ଦିର

      ହାତେ ଧରି ବେଲ ପତ୍ର

ହେ ଶିବ ଶଙ୍କର ତୁମେ ଇଛା କଲେ 

      ସାଜିବ ସେ ମୋ କନିଆଁ


    ଛାତିରେ ଲାଗେ ମୋ ନିଆଁ 

    କରଇ ମତେ କିମିଆଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance