STORYMIRROR

Writer Roja Panda

Romance

2  

Writer Roja Panda

Romance

ମୋ କଳ୍ପନାରେ

ମୋ କଳ୍ପନାରେ

1 min
13.8K



ଯେତେବେଳେ ତମେ ମତେ କୁହ ଯେ,

ତମେ ମୋ ବିନା ବଞ୍ଚିପାରିବନି

ମୋ ଅନୁପସ୍ଥିତି ରେ ତୁମ ଆକ୍ଷିରୁ ଲୁହ ଝରିବ

ଆଉ ମୋ ବିନା ତମେ ଅର୍ଥହୀନ ଓ ନିଃସ୍ୱ ହେଇଯିବ ବୋଲି .......

ସେତେବେଳେ ମୋର ଇଛା ହୁଏ

ପୃଥିବୀର ସବୁତକ ସୁଖଶାନ୍ତି

ସବୁ ମୂଲ୍ୟବାନ ବସ୍ତୁକୁ ପଛରେ ପକାଇ

ଚାଲିଯିବା ପାଇଁ ତୁମ ନିକଟକୁ

ଫିକା ଫିକା ଜହ୍ନ ଆଲୁଅରେ ବସି ତୁମ ଆଖିର ସବୁତକ ଲୁହକୁ

ମୋର କୁନି କୁନି ହାତରେ ପୋଛିଦେଇ

ମୋର ପ୍ରତିଟି ଖୁସି , ଆଉ ମୋର ଓଠର ସବୁତକ ହସକୁ

ତୁମ ସାଥେ ବାଣ୍ଟିଦେବାକୁ

ପୁଣି ଇଛା ହୁଏ ପୃଥିବୀର ଯେତେ ଫୁଲ

ସବୁତକ ତୁମ ପାଦତଳେ ବିଞ୍ଚିହୋଇ ଜାଆଁନ୍ତା କି

ତୁମ ଜୀବନ ମଧୁର ବାସ୍ନାରେ ମହକି ଯାଆନ୍ତା କି

ତୁମ ଓଠର ହସ କୋଟିଏ ଗୁଣ ବଢ଼ିଯାଆନ୍ତା କି

ତୁମ ରାସ୍ତାର ପ୍ରତିଟି କଣ୍ଟା ତୁମ ପାଦତଳୁ

ମୋ ପାଦ ତଳକୁ ଚାଲିଆସନ୍ତା କି......

କିନ୍ତୁ ସ୍ୱପ୍ନ ଆଉ ବାସ୍ତବତା ମଧ୍ୟରେ

ବାସ୍ତବତାର ହିଁ ବିଜୟ ହୁଏ,

ଆଉ ମୋର ଭାବନା ଓଲଟିଯାଏ ,

ମୁଁ ଭାବୁଥିବା ସବୁତକ ସ୍ୱପ୍ନ

ମୋ ଆଗରୁ ତୁମ ଦ୍ୱାରା ହିଁ ପୁରାଣ ହୋଇଯାଏ


ରୋଜା ପଣ୍ଡା

ପୂର୍ଣ୍ଣାନନ୍ଦ ଭବନ

ନେତାଜୀ ନଗର, ମଧୁପାଟଣା

କଟକ-753010

E Mail-roja.saumya@gmail.com


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance