STORYMIRROR

Pareshchandra Das

Inspirational

3  

Pareshchandra Das

Inspirational

ମୋ କବିତା

ମୋ କବିତା

1 min
300


ମନର ପାଉଁଶ ଗଦା ତଳୁ

ଜୁକୁ ଜୁକୁ ହେଉଥିବା ନିଆଁ,

ସ୍ମୃତିର ଆକାଶରେ ଯେ

ତାରା ଫୁଲ ହୋଇ ଫୁଟି ଉଠିବେ

ଆଉ ସେ ଫୁଲରୁ ଝରି ଆସିବ

ଶବ୍ଦର ଓଢଣା ନାଇ, ଅଳଙ୍କାର

ସୁଶୋଭିତା ,ଅପରୂପା ସୁନ୍ଦରୀ,

ପୁଣି ଥରେ ଛନ୍ଦ ତୋଳିବ,

ସାତ ସୁରେ ଜୀବନକୁ ବାନ୍ଧିବ,

ମିଛ ହେଲେବି କ୍ଷଣେ,ଦଣ୍ଡେ ,ପଲକେ

ହେଉ ପଛେ ଅଜାଡ଼ି ଦେବ

ହଜିଲା ମୁହୂର୍ତ୍ତ,ନିଆଁ ହୋଇ ଜାଳିବ

ବର୍ଷା ହୋଇ ଭିଜାଇବ,

ଆଉ ଦେହର ଉତ୍ତାପ ମାପିବ,

ତୁ କଣ କେବେ ଭାବିଥିଲୁ???

ଭାବୁ ଥିବୁ ତୁ ଯାହା ଦେଇ ଥିଲୁ

ତାହା କଣ ଆଉ କିଏ ଦେଇ ପାରିବ???

ଯେତେ ପର କଲେ କଣ ହେବ

ମୁଁ ପାଇଛି ,ପାଉଛି,ପାଉଥିବି

ତୋରି ସାନିଧ୍ୟ

ଆଉ ଦେଇ ଚାଲିଥିବ ମୋ ଇପ୍ସିତା,

ମୋ ହଜିଲା ଦିନକୁ

ମୋ ସ୍ମୃତିକୁ

ଜାଣିଛୁ ସେ କିଏ???

ସେ ଟୋପାଏ ସିନ୍ଦୁର କି

ଦିପଟ ଶଙ୍ଖା ନୁହେଁ

ଫର୍ଦେ ଲୋଚ୍ଚା କଚ୍ଚା କାଗଜ,

ଦି ଟୋପା କାଳି,

ଆଉ ସେ ଲୋଚ୍ଚା କଚ୍ଚା କାନଭାସରେ

କାଳିରେ ଲେପି ଯାଇ ଥିବା,

ମୋ ଶବ୍ଦ ସମ୍ଭାର

ସେ ଆଉ କେହି ନୁହଁ

ସେ ମୋ କବିତା ।


ପରେଶ ଚନ୍ଦ୍ର ଦାସ

ଗୋପାଳପୁର,ବାଲେଶ୍ୱର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational