STORYMIRROR

Rasmita Dixit

Romance

4  

Rasmita Dixit

Romance

ମୋ କାନଭାସରେ ବର୍ଷା

ମୋ କାନଭାସରେ ବର୍ଷା

1 min
365

ଆଜିର ବର୍ଷା ଏମିତି ବର୍ଷା 

ଥମିବାର ନାଁ ଧରୁନାହିଁ

ତୋଳି ଧରୁଛି ମୁ ସଫେଦ କାଗଜେ 

ବର୍ଷା ଝରୁଛି ଶବ୍ଦରେ ଶବ୍ଦରେ 

ଓଦା ଓଦା ଅନୁଭବରେ 

ମନ ଅଗଣାକୁ ଧୋଇ ।


ଏଇତ ବର୍ଷା !!

ନିଗିଡି ପଡୁଛି

ଛାତର ଧାରରୁ 

ଚୁପି ଚୁପି କଥା କହି

ମୋ ଝରକା କାଚ କୁ 

ଆଞ୍ଜୁଳାଏ ଛିଟା ମାରି,

ଖସି ପଡୁଛି

ଚଗଲି ସ୍କୁଳ ଫେରନ୍ତି

ଟିକି ଝିଅ ଚପଲ ଡିଆଁରେ 

ଉପରକୁ ଉଠି ତଳକୁ ପଡୁଥିବା

ଜମା ଗୋଳି ପାଣି ପରି ।


ବର୍ଷା ବର୍ଷୁଛି ବୋଲି ତ 

ସେଇ ଝିଅଟି ଆଜି 

ସଜବାଜ ହେଇ ସ୍କୁଲକୁ ଆସୁଛି ,

ଭିଜି ଭିଜି ଆଶିବା ମଜାରେ 

କହୁଛି, ସରୀ ମାଡମ 

ଭୁଲରେ ଛତା ଟା ଘରେ 

ଛାଡି ଦେଇ ଆସିଛି ।


ଏଇ ବର୍ଷା ହେଲେ ହିଁ 

ବହୁତ କିଛି ଭୁଲ ଭାଲ ହେଇଯାଏ 

ଅଚାନକ କଲମ ଖରାପ ହୁଏ ,

ପେନ୍ସିଲ ହଜିଯାଏ ,

ପଢା ବହି , ହୋମ ଟାସ୍କ ଖାତା

ଘରେ ରହିଯାଏ ,

ବର୍ଷା ବର୍ଷିଲେ ମଝି ରାସ୍ତାରେ 

ସାଇକେଲ ଚେନ ଖସିଯାଏ ।


ରେନ କୋଟ ପିନ୍ଧି 

ବାଇକ ରେ ଗଲାବେଳେ

ଅଚାନକ ଷ୍ଟାର୍ଟ ବନ୍ଦ ହେଇଯାଏ ,

ଅପ୍ରତ୍ୟାଶିତ ଝାମେଲାକୁ

କେମିତି ସମ୍ଭାଳିବି ଭାବୁ ଭାବୁ 

ବର୍ଷା ଛୁଆଁରେ ମନ କହେ 

ରାସ୍ତା ନସରୁ ଏ ବର୍ଷା ଥମିବ ଯାଏ ।


ଏଇ ତ ସେ ବର୍ଷା

ଟୋପା ଟୋପା ଚୁମ୍ବନ ରେ 

ଧୋଇ ଦେଉଛି 

ମୋ ଆଖି ପାଆନ୍ତା 

ଗଛ ପତ୍ରର ସବୁଜ ଓଠକୁ ,

ଆଳିଙ୍ଗନରେ ଶିହରାଇ 

ଭିଜା ଭିଜା ତନୁ 

ସାଉଁଳାଇ ଆଣୁଛି 

ପବନର ମୁକୁଳା ବୁକୁ ।


ଇସସସସ !

ଏମିତି କି ତୁମେ ବର୍ଷା !

ଖୁଜୁବୁଜୁ ହେଉଛ 

କେଉଁଠୁ କିଛି 

ଗୋପନ ବାର୍ତ୍ତା ପାଇ ଯାଇଛ କି ?

ସେତେବେଳୁ ବର୍ଷୁଛ ଯେ ବର୍ଷୁଛ

ଥମିବାର ନାଁ ଧରୁନାହଁ

ଭାବୁଛ କି , ଦେଖିନେଇଛ

ମୋ ମନର ଅନୁଢା ଇଚ୍ଛା କୁ ?

ସେଥିପାଇଁ ଉସକାଉଛ ମତେ

ଉଠି ଆସିବା ପାଇଁ ନିଜ ସ୍ଥାନରୁ

ତମ ସାଥେ ବାହୁ ପ୍ରସାରି

ପ୍ରିୟତମ ଲଜ୍ଜା କୁ ହଟାଇ 

ନାଚିବାକୁ ତୁମ ଛନ୍ଦରେ 

ସବୁ ଗ୍ଲାନି ଧୋଇ ଯିବା ଯାଏ 

ଆଜିର ଏ ବର୍ଷା ଥମିବା ଯାଏ ।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance