STORYMIRROR

Dipti lekha Mishra

Tragedy Others

3  

Dipti lekha Mishra

Tragedy Others

ମୋ ଜନ୍ମଭୂମି

ମୋ ଜନ୍ମଭୂମି

1 min
427

ଯେଉଁ ମାଟିରେ ମୁଁ ଜନ୍ମିତ

ଯାହାର ପାଣି ପବନରେ

ମୁଁ ଏଯାଏଁ ଜୀବିତ ଅଛି

ସେ ମୋ ଜନ୍ମଭୂମି

ଆଉ ଏକ ଭ୍ରମଣସ୍ଥାନ ॥


ତୁମହାତ ଧରି ବାହାହେଲି

ତୁମ ଘରେ ଆଜି ଛନ୍ଦା

ତା ମାନେ ଏୟା ନୁହଁ କି

ମୁଁ ମୋ ବାପଘର ଭୂଲିଯିବି ॥


ସାବଧାନ ହୋଇ ଶୁଣିରଖ

ମୁଁ ବଂଚିଥିବା ଯାଏଁ

ତୁମ ବାପ ମାଆ ହୂଅନ୍ତୁ

ବା ମୋ ଜନ୍ମଦାତାଦାତ୍ରୀ

ଦୁହେଁ ମୋ ପାଇଁ ସମାନ ॥


ତୁମ ହୄୄୄୄଦୟ କେବେ ଜାଣିବ

ମୋ ବାପମାଆ ପାଇଁ ତୁମର

କିଛି କରିବାର ନିଶ୍ଚୟ ଅଛି

ତୁମେ ଆପଣାର ଭାବନାହିଁ

ଏଣୁ ମୋତେ ଦୁଃଖ ଲାଗେ ॥


ଆଜି ମୁଁ ଯାଇଥିଲି ଜନ୍ମସ୍ଥାନକୁ

ଆଗକୁ ବି ବୁଲିଯିବି ମୋ ଇଛାରେ

ନା ତମେ ରୋକିପାରିବ ନା ତୁମ

ଅବୁଝା ପରିବାରର ସଦସ୍ଯ

ହଁ ହୁଏତ ସେମିତି କିଛି ଯଦି କର

ଅଶାନ୍ତିକୁ ନିମନ୍ତ୍ରଣ ଦେଲ ଜାଣ ॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy