ମୋ ଜୀବନ
ମୋ ଜୀବନ
ପୃକ୍ତ ଜୀବନ
ଅପୃକ୍ତ କାହାଣୀ
ନିର୍ଜନ ଗହନ ବନ
ନାହିଁ କିଛି ଆଶା
ଉଚ୍ଚ ଆକାଂକ୍ଷା
ସଂତୃପ୍ତ ଅଟେ ମୋ ମନ ,
ନିଃସଙ୍ଗ ମୁହୁର୍ତ୍ତେ
ନିଜେ ମୁଁ ନିଜକୁ
କରୁଥାଏ ସଂଗଦାନ
ନାହିଁ ମୋ ଜୀବନେ
ସୁଖର କାମନା
ଅବା ଦୁଃଖ ଭରା ଅପରାହ୍ନ ,
ଲଭିଛି ସନ୍ତୋଷ
ଜୀବନରେ ମୋର
ନାହିଁ ମିଥ୍ୟା ଅଭିଳାଷ
ଯାହା ଥିଲା ଇଚ୍ଛା
କରିଛି ପୂରଣ
ମନରେ ଭରି ବିଶ୍ଵାସ ,
ହସଖୁସି ଲୁହ
ଅନ୍ତହୀନ କୋହ
ମୋ ପାଇଁ ସବୁ ସମାନ
ପ୍ରାପ୍ତିର ଉର୍ଦ୍ଧ୍ଵେ
ଅପ୍ରାପ୍ତିର ମଧ୍ୟେ
ସନ୍ତୁଳିତ ମୋ ଜୀବନ ,
