STORYMIRROR

Samar Ballav Bhoi

Tragedy Inspirational

3  

Samar Ballav Bhoi

Tragedy Inspirational

ମୋ ଜୀବନ ସଂଘର୍ଷ

ମୋ ଜୀବନ ସଂଘର୍ଷ

1 min
255


ଜୀବନ ରାସ୍ତାଟା ଭାରି ଖାଲଢିପ

କେବେ ଦୁଃଖ କେବେ ସୁଖ

ପ୍ରତି ମୁହୂର୍ତ୍ତରେ ବିପଦର କଣ୍ଟା

ପାଦେ ଫୁଟି ଦିଏ ଦୁଃଖ।।


ବିପଦ ଆପଦେ ମୁଁ ସାହାଯ୍ୟ କରଇ

ମନେ ନରଖି କିଛି ଆଶା

ମୋ ପାଇଁ ଫଳଟା ଓଲଟା ହୁଅଇ

କେବେ ମୁଁ କରେନି ଭରସା।।


ଜୀବନ ସଂଘର୍ଷ ଦୈର୍ଘ୍ୟ ପ୍ରସ୍ଥ ମାପି 

ଚାଲିଥାଏ ମୋର ରାସ୍ତେ

ବଂଚିବା ପାଇଁ ମୁଁ ଲଢେଇ କରୁଛି

ଜୀବନ ବିତୁଛି ଆସ୍ତେ।।


ପରିଶ୍ରମ କରି ଆଗକୁ ମାଡିଲି

କେହି ମୋ କଥା ଶୁଣେନି କେବେ

ଜୀବନ ସଂଘର୍ଷ ଚାଲିବ ଏମିତି

ଶେଷ ନିଃଶ୍ୱାସ ସରିବ ଯେବେ।।


ସାହିତ୍ୟରେ ଏବେ ଦେଇଛି ମୁଁ ପାଦ

ଜୀବନ ସଂଘର୍ଷ ଛାଡି

ସଫଳତା କେବେ ମିଳୁ କି ନମିଳୁ

ଲେଖା ଲେଖିରେ ଯିବି ମୁଁ ମାଡ଼ି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy