STORYMIRROR

Debabrata Jena

Inspirational

3  

Debabrata Jena

Inspirational

ମୋ ଜୀବନ ଦିଗଦ୍ରଷ୍ଟା

ମୋ ଜୀବନ ଦିଗଦ୍ରଷ୍ଟା

1 min
13.6K


ନିଶ୍ଚଳେ ଦଣ୍ଡାୟମାନ ମହାଦ୍ରୁମ ପରି

ରୌଦ୍ର ,ବର୍ଷା ,ହିମପାତେ ଖାତିର ନ କରି

ଆଜୀବନ ବୋହୁଥାନ୍ତି ଅଣାୟତ୍ତ ଭାର

ଦେଖିବାକୁ ପରିବାରେ ପ୍ରୀତି ସୁଧାଗାର ।।

ଅଳି ଅର୍ଦ୍ଦଳିର ଭାରେ ସ୍ନେହକୁ ବିତରି

କଠୋର ପଣରେ କେବେ ଦିଅ ଗାଳି କରି

ଅନୁଶାସନର ତୁମେ ଜ୍ୱଳନ୍ତ ନମୁନା

ପାରିବା ପଣିଆ ଶିଖୁ ତୁମ୍ଭଠାରୁ ସିନା ।।

ଜୀବନ ତରଣୀ ଧାରେ ତୁମେ ମୋ ନାବିକ

ଭଵ -ତରୀ ପାରି ପାଇଁ ମୁଁ ଯେ ଯାତ୍ରୀ ଏକ

କର୍ତ୍ତବ୍ୟର ଦ୍ୱାହି ପଣେ ତୁମ୍ଭେ ଦିଗଦର୍ଶକ

ଜୀବନ କଷଟି ପଥେ ତୁମେ ମୋ ଶିକ୍ଷକ ।।

ଜନନୀ ଜଠରୁ ଜୁଇ ତୁମେ ମୋ ଈଶ୍ଵର

ତୁମ ବିନା ଜୀବନ ମୋ ନିଃସ୍ଵ, ଅନ୍ଧକାର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational