STORYMIRROR

Neelima Nivedita Behera

Romance

2  

Neelima Nivedita Behera

Romance

ମୋ ଜହ୍ନ

ମୋ ଜହ୍ନ

1 min
13.4K


ଦିନ ତ ଦିନ,

ରାତିସାରା କାଲି

ଲାଗି ରହିଥିଲା ଲଘୁଚାପ ବର୍ଷା...

ଅହରହ ବର୍ଷାରେ ତଥାପି

ଜଳି ଚାଲିଥିଲା

ସୁପ୍ତ-ଈପ୍ସିତ ମୋ ଗହମୀ ଈର୍ଷା,

ଅନେକଥର ଦେଖିଛି ତୁମ ଆଖିରେ

ଏକ ଅଦ୍ଭୁତ କିସମର ଜ୍ଵଳନ...

ହେଲେ କିଏ ଜାଣିଥିଲା

ଅମେଇସା ରାତିରେ ଜାଳିବନି ତମେ ଦୀପ

ସେଇ ଜ୍ଵଳନରେ ଜାଳିଦେବ

ମୋ ଭିତରର ସବୁ ମୁଁ’ର ଆସ୍ଫାଳନ !

କାଲି ମୋ ଅନିଦ୍ରା ରାତିରେ

ସଞ୍ଚରି ସାରିଥିଲା ସରି ନଥିବା ତୁମ ଆଖିର ସ୍ଵପ୍ନ

କେବଳ ଗୋଟିଏ ମାୟା ଥିଲ

ନା ତମେ ହିଁ ସେଇ, ମୋ କୁଆଁର ପୁନେଇ ଜହ୍ନ !


Rate this content
Log in

Similar oriya poem from Romance