STORYMIRROR

Prabhanjana Tripathy

Abstract

2  

Prabhanjana Tripathy

Abstract

ମୋ ଗାଁ

ମୋ ଗାଁ

1 min
104

କୁଳୁରୁ କୁଳୁରୁ ଆମ ଡଙ୍ଗରିରୁ (ଛୋଟ ପାହାଡ଼)

ବୋହି ଯାଉଥିଲା ଝରଣା ରାଣୀ,

ଚାଳ କୁଡ଼ିଆର ଅଛନା ପାଲିକେ(ଅଛନା-ଚାଳ)

ତାଟିଆ ମାଜୁଛି ବାସନ୍ତି ନାନୀ


ମଝି ଦାଣ୍ଡେ କାଇ ନିମାନ୍ ଖେଳୁଛି(କାଇ ନିମାନ-କେଡେ ସୁନ୍ଦର)

ବାସନ୍ତି ନାନୀର ମଝିଆ ଝିଅ

ଗଡ଼ିଆ ବାଲିକୁ ମୁଣ୍ଡା ବାନ୍ଧୁଅଛି (ମୁଣ୍ଡା-ହୀଡ଼)

ନେବ ପାଣି ବୋଲି ଖୋଳୁଛି କୂଅ


ବାଲି ରୁଣ୍ଡେଇ କି ହୁଣ୍ଡି ଦେବତାର(ହୁଣ୍ଡି ଦେବତା-ଗାଁ ଠାକୁରାଣୀ)

ପାଇଁ କରୁଅଛି ଖୋଟଲି ହୁଣ୍ଡା (ଖଟଲି ହୁଣ୍ଡା-ଦେବୀ ପୀଠ)

ଗାଁ ଧାରିଣୀର ନାମ ଜପୁଅଛି

ଗୀତ ବୋଲି ବୋଲି ଗୋବର ଲୁଣ୍ଡା


ରାସ୍ତା କଡରୁ କନିଅର ଫୁଲ

ମନ୍ଦାର ମଣ୍ଡା ର ମାଳା ବନେଇ

ମା ଧାରିଣୀର ଉପରେ ଗୁଡେଇ

ଭକ୍ତି ନିବେଦନ ହୁଏ ମନେଇ


ବାସନ୍ତି ନାନୀର ଗେରସ୍ତ ହଳୁଆ

ହଳ ଯୋଡି ଯାଏ ଡଙ୍ଗର କଷି(ଡଙ୍ଗର -ପଡିଆ ଜମି)

ବାଙ୍ଗା,ଭେଯିରୀ,ମିରିଚି, କୁନ୍ଦୁରୁ

ଫଳିଛି କେତେଯେ ପରିବା କଶି


କୁଳୁରୁ କୁଳୁରୁ ଝୁମୁରୁ ଝାମୁରୁ

ସୁରୁ ସୁରୁ ହୋଇ ବହୁଛି ଝର,

ବନ,ପରବତ,ବାଙ୍ଗିରି,ନାଳିଆ

ସବୁଜ ଦିଶଇ ମୋ ଗାଁ ସୁନ୍ଦର



Rate this content
Log in

Similar oriya poem from Abstract