STORYMIRROR

Amarananda Nayak

Drama Classics

3  

Amarananda Nayak

Drama Classics

ମୋ ଗାଁ

ମୋ ଗାଁ

1 min
140


ମାଟିର ନନ୍ଦନବନ'ରୂପରେ'ସେ'ଧନୀ'

ଅପାଶୋରା ମୋ ଗାଁ ମୋ ମା'ତା ପାଖେ 'ମୁଁ'ଋଣୀ'

ମୋ ଗାଁ'ଅଲିଭା ଯା' କଥା'

ଜାଳିଥିଲା ମୋ ଏନ୍ତୁଡ଼ି'ଜାଳିବ'ମୋ'ଚିତା'।


              ଅଝଟିଆ ପିଲାଦିନେ'ଅବୁଝା'ମୁଁ'ଭାରି'

             ଭସେଇ ଦେଇଛି ଡଙ୍ଗା'ତିଆରି'ମୁଁ'କରି'

            ଡଙ୍ଗା'ଭାସିଛି ସେ'ଯେତେ'

          ପାଣି ଛାଟି ଛାଟି ଗୀତ'ଗାଇଛି'ମୁଁ'ସେତେ'।


ମୋ ଗାଁ ମୁଣ୍ଡ ଆମ୍ବ ତୋଟା'ସୁନ୍ଦର'ତା'ପଠା'

ତୋଟାରୁ କୋଇଲି କୁହୁ'ଲାଗଇ'ଯେ'ମିଠା'

ସଞ୍ଜେ' ଗୋ ଗୋଠର 'ଧୂଳି'

ଗାଈଆଳ ବଂଶୀସ୍ୱନ'ମଧୁର ତା' ବୋଲି'।


             ମଲ୍ଲୀଫୁଲିଆ ରାତିକୁ'କଇଁର'ସେ'ତୁଠ'

            ଗାଁ ଝିଅ ବୋହୂ ଙ୍କ ରଙ୍ଗ'ହଳଦୀ'ର'ଭେଟ'

          ମନ'ପକ୍ଷୀ ଝାଡ଼େ'ପର'

       ବିଦେଶୁ ପ୍ରେମିକ କାନ୍ତ'ଆସିବେ 'କି'ଘର'?


ଗାଁଜହ୍ନ ଭାରି ଫୁଲେଇ' ଲାଜେଇ' ଗାଁ' ରାତି'

ଚଗଲି ସେ ଶୀତ ରାତି'ମଧୁର'ତା'ସ୍ମୃତି'

ଧୁ ଧୁ 'ନିଦାଘର'ତାତି'

ବର୍ଷା ଲଗାଏ କିମିଆ'ବିରହୀ'ସେ'ପ୍ରୀତି'।


         କୁଆଁର ପୁହ୍ନେଇ ଗୀତେ'ଉଛୁଳେ'ଗାଁ 'ବାଟ'

       ରଜ ଦୋଳି ଗୀତ ନାଚ'ଦୋଳିର 'କେଁ 'କଟ'

           ଚାଲେ'ପିଚକାରୀ'ଖେଳ'

         ରାଈ ସଙ୍ଗେ ରଙ୍ଗ ଖେଳେ 'ପ୍ରେମିକ'ପାଗଳ' ।

                      

ନହକିଆ କଣିବାଡ଼େ'କାକୁଡ଼ି'ର'ଲତା'

ଲାଉ କଖାରୁ ଛୁଇଁଛି'ଛପର'ର'ମଥା'

ଝାଉଁ 'ଗାଏ ମୋ ଗାଁ'ଗୀତ'।

ସବୁଜ ପଣତେ ଲୁଚେ'ଲଙ୍ଗଳା'ଗାଁ'କ୍ଷେତ'।


           ସୁରୂଜ ବୁଣେ ମୁରୁଜ'ପାହାଡ଼'ସେ'ପଟେ'

          ନୀଡ଼ ବାହୁଡ଼ା ପକ୍ଷୀଙ୍କ 'କାକଳି'ଯେ'ଛୁଟେ'

        ଶଙ୍ଖ'ଘଣ୍ଟ ଘଣ୍ଟା'ବାଜେ'

ସଞ୍ଜ ଦୀପ ଜାଳି ବଧୂ'ଠାକୁର'ଙ୍କୁ'ପୂଜେ'।


               ରାସ୍ତା ଥିଲା ଆଈ ମୁଣ୍ଡେ 'ସିନ୍ଦୁର'ର'ଧାର'

              ଏବେ ଭାଉଜ ଆଖିର 'କଜ୍ୱଳ'ର'ଗାର'

              ମୋଗାଁ'ସହର ଯେ'ଆଜି'

            ହଜେଇ ଥିବା ଅତୀତ'ପାଉନି'ମୁଁ'ଖୋଜି'।


ମୋ ଗାଁ ର ପବିତ୍ର ମାଟି'ଗାଥା ର'ସେ'ସାକ୍ଷୀ'

ଆସିବା ଯିବା ଦେଖିଛି'ନୀରବେ'ତା'ଆଖି'

ମୋ ଗାଁ'ମନରେ ମୋ'ଶୋଭେ'

ଭୂଲି ନାହିଁ ଭୂଲିବିନି'ମୋ ଗାଁ ମା'କୁ'କେବେ'।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama