STORYMIRROR

Sunanda Mohanty

Inspirational Thriller Others

4  

Sunanda Mohanty

Inspirational Thriller Others

ମୋ ଗାଁ ମହକି ଯାଏ

ମୋ ଗାଁ ମହକି ଯାଏ

1 min
6


ମୋ ଗାଁଲୋକ କହନ୍ତି ଥୋକେ 

ଭିକରେ ଭୋକ ନା ଭେକର ଭୋକେ 

ମୋ ଗାଁ ମାଉସୀ ସେଘର ପିଉସୀ 

କାଖରେ କଳସୀ ଭାରିସେ ଅଳସୀ 

କହେ ଭୋକରୁ ଭିକ କୁହୁକେ 

ମୋ ଗାଁ ଉଆଁସ ମଶାଣୀ ପାଉଁଶ 

କହେ ଭୋକ ଭେକ ଭିକ ଡାହୁକ ଡାକେ 

କଉଡ଼ି ଖେଳ ଖପରା ଖୋଳ ଭଉଁରୀ ବେଳ 

ନିଦାଘ କାଳ ସକାଳ ବେଳ ମହକେ 

ଆମ ଗାଁ ମାଇପି ତୁଠେ ପାଖ ଗାଁ ହାଟେ 

ଚର୍ଚ୍ଚା ପ୍ରତିଟି ଫର୍ଚ୍ଚା ପରଖେ 

ମାଗୁଣି ଶଗଡି ଗୀତ ଗାଈଆଳ ଭାଇ ପ୍ରୀତ 

ଶୁଭଇ ବଇଁଶୀ କୁହୁକେ 

ଆମ ଗାଁ ଧାନ କ୍ଷେତ ବରଷକେ ବାରମାସ 

କର୍ମ କାରକେ ଚାଷୀଭାଇ ପୁଲକେ ଦେଖେ 

ଅମଳ କେତେ ହିସାବ କରଇ ନିତି ପ୍ରତି

ସୈନିକ ଭାଇ ସୀମାନ୍ତେ ପଲକେ 

ଆମଗାଁ ମଧୁସାହୁ ହରିଆ ନନା ଶୁକୁଟିସାହୁ 

ନିଧି ପଧାନ ଦେଖାଏ ଭାଉ ମୂଲକେ 

ତଥାପି ଅଛି ଆମ ଗାଁରେ ଶ୍ରଦ୍ଧା ସୁମନ

 ଜଣାଣ ଭଜନ ଆଲୋକେ 

ଆମ ଗାଁ ଝିଅ ବୋହୂ କର୍ମ କରି ଯାଉ ଯାଉ

ନୀରବ ପ୍ରକୃତି ସାବାସ ଡାକେ 

ଯୋଡି ମହୁରୀ ଫୁଙ୍କେ 

ଗାଁର ଟୁଙ୍ଗି ଘର ଛୁଙ୍କେ 

ଗାଁ ମଣିଷ ମିଠା ମଣିଷ ପରା ଗୋଲକେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational