STORYMIRROR

Debabrata Mishra

Inspirational

3  

Debabrata Mishra

Inspirational

ମୋ' ଗାଁ ହେଉ ଭରପୂର

ମୋ' ଗାଁ ହେଉ ଭରପୂର

1 min
179


କୋରୋନା ଭୂତାଣୁ ଭୟେ ବିଶ୍ୱ ହୁଏ ଥରହର

ବିପଦ ଆସିଛି ନିଶ୍ଚୟ ହଟିବ ସତ୍ୟ ସମୟର

ସମାଧାନ ସହ ହୋଇଥାଏ ଜନ୍ମ ପ୍ରତି ସମସ୍ୟା

ଏକତ୍ୱ ବନ୍ଧନେ ସଂଘର୍ଷ ମୋ' ଦେଶଜନତାର

ହେ ଶ୍ରୀଜଗନ୍ନାଥ ମୋ' ଗାଁ ହେଉ ଭରପୁର.......(୧) 


ଏ ବିପତ୍ତି ଆଣିଛି ପରିବର୍ତ୍ତନର ନୂତନ ସ୍ୱର

ବଦଳିଯିବ କି ସହରାଭିମୁଖୀ ମାନସିକତାର 

ପୁଣି ଚଳଚଞ୍ଚଳ ହେବ ଖାଲି ପଡ଼ିଥିବା କ୍ଷେତ

ହଟିଯିବ ଦାଦନର ଦୁଃଖୀଚିତ୍ତ ଅନ୍ତଃପୀଡ଼ାର

ହେ ପରମଈଶ୍ୱର ମୋ' ଗାଁ ହେଉ ଭରପୁର......(୨) 


ଗାଁ'ର ନଈ-ପାହାଡ଼ ଏଯେ ପ୍ରକୃତିର ଗନ୍ତାଘର

ପରିବାରରେ ଖେଳିବ ଶବ୍ଦ ଆନନ୍ଦ-ଉତ୍ସାହର

ପରମ୍ପରା-ସଭ୍ୟତା ସରଂକ୍ଷଣର ନଥିବ ଚିନ୍ତା

ଶାନ୍ତିର ସନ୍ଧାନ ପାଇ ଦୂରିବ ମିଛସୁଖ ଦୌଡ଼ର

ହେ ଜଗତଈଶ୍ୱର ମୋ' ଗାଁ ହେଉ ଭରପୁର......(୩) 


ଗାଁ ହିଁ ଗଢିବ ସୁନାର ଦେଶ ସୁସ୍ଥ ହେବ ସହର

ଚାଷୀ ଭାଇ ଖୋଜିବନି ଗାଁ' ଛାଡ଼ି କୃତ୍ରିମସୁଖର

ସ୍ୱଦେଶୀ ମନ୍ତ୍ରେ ଗୁଞ୍ଜରିତ ହେବ ମୋ' ଭାରତ

ଶ୍ରୀପୂର୍ଣ୍ଣ ହେବ ପ୍ରତିଟି ଗାଁ ଏଇ ଭାରତବର୍ଷର

ହେ ତ୍ରିଲୋକସ୍ୱାମୀ ମୋ' ଗାଁ ହେଉ ଭରପୁର....(୪) 



Rate this content
Log in

Similar oriya poem from Inspirational