ମୋ ଗାଁ ଆଜି ସହର ପାଲଟିଛି
ମୋ ଗାଁ ଆଜି ସହର ପାଲଟିଛି
ମୋ ଗାଁ ଆଜି ସହର ପାଲଟିଛି ,
ମାନବିକତା ମରି ସେଠି ଏବେ ରାଜନୀତି ଚାଲୁଛି ,
ଜଙ୍ଗଲ ଜାଗାରେ ଏବେ ଇମାରତ୍ ଠିଆ ହୋଇଛି,
ମଣିଷ ସେଇ ଇମାରତେ ରହି ପୁଣି ଗାଁକୁ ଝୁରୁଛି ।
ପରଫ୍ୟୁମ୍ ର ବାସନା ,
ଡ୍ରେନ୍ ର ଦୁର୍ଗନ୍ଧ ,
ଆଜି କାହିଁକି ଅଣନିଶ୍ଵାସୀ ମନେ ହଉଛି ।
ମନ ଆଜି ପୁଣି ଖୋଜୁଛି ମୋ ଗାଁର ରଜନୀଗନ୍ଧା
ଆଉ ଖୋଲା ପବନ ।
ଚଢେଇ ମାନଙ୍କ କିଚିରି ମିଚିରି ,
ବୁଢ଼ା ବରଗଛର ଥଣ୍ଡା ଛାଇ ,
ରଙ୍ଗ ବେରଙ୍ଗୀ ପ୍ରଜାପତି ,
କାହିଁକି ଆଜି ଭାରି ମନେ ପଡ଼ନ୍ତି ।
ସବୁଜ କ୍ଷେତ ,
ନୂଆଣିୟା ଗୋବର ଲିପା ଚାଳ ଛାତ ,
ଆଳୁ ପୋଡ଼ା ପଖାଳ ଭାତ ,
ଆଖି ଆଗେ ଆଜି ପୁଣି ଭାସିଯାନ୍ତି ।
ଜଳୁଥିବା ଚୁଲି ,
ଆଉ ଚୁଲି ମୁଣ୍ଡରେ ବସିଥିବା ମୋ ଗାଁ ମିଲି ,
ବିଦେଶ ଫେରନ୍ତା ଛୁଆ ଆଉ ବୁଢ଼ାବୁଢୀଙ୍କ ଆଲିଙ୍ଗନ ,
ସବୁ ଆଜି ହାତ ଠାରି ଡାକନ୍ତି ।
ମୋ ଗାଁର ଆମ୍ବ ତୋଟା ,
କଳ କଳ ନାଦରେ ବହୁଥିବା ନଦୀ ଝରଣା ,
ଆଉ ମାଆ ହାତର ମାଛ ଝୋଳ ,
ସବୁ ଆଜି ପୁଣି ଝୁରି ହଉଛି
ମୋ ଗାଁ ଆଜି ସହର ପାଲଟିଛି ।