STORYMIRROR

Pallabi Das

Inspirational

2  

Pallabi Das

Inspirational

ଆତ୍ମ ଶାନ୍ତି

ଆତ୍ମ ଶାନ୍ତି

1 min
13.5K



କିଟ୍ ମିଟ୍ ଅନ୍ଧାରରେ ଅର୍ଦ୍ଧ ବୃତ୍ତକାର ଜହ୍ନ ପରି

ପାଣିରେ ନାଚି ନାଚି ଭାସି ଯାଉଥିବା ଡ଼ଙ୍ଗା ପରି

ଗୋଧୂଳିର ବାସ୍ନା ଅଉ ତା ସହ ଭାସି ଆସୁଥିବା ଚନ୍ଦନର ବାସ୍ନା ପରି ସୁନ୍ଦର ଏ ଆତ୍ମା

ଲାଜକୁଳୀ ଲତା ଝାଉଁଳି ପଡି ପୁଣି ପାଖୁଡ଼ା ମେଲିବା ପରି

ପଥ ହରା ବାଟୋଇର ରାସ୍ତା ପରି

ପାଣିର କଳ କଳ ନାଦ

ଆଉ ପ୍ରଚଣ୍ଡ ଖରାରେ ବର ଗଛର ଛାଇ ପରି

ସୁନ୍ଦର ଏ ଜୀବନ ||



ସବୁ ସୁନ୍ଦର ଅଉ ଅସୁନ୍ଦର ଭିତରେ ବଞ୍ଚିବା ପାଇଁ ନୀତି ସଂଘର୍ଷ କରୁଥିବା ଏଇ ଆମ ଜୀବନ ସତରେ କ'ଣ ଏତେ ସୁନ୍ଦର!

ଲାଗେ ଯେମିତି ସବୁ ଦିନ ନୁଆ ରୂପ ଆଉ ନୁଆ ମନ ନେଇ ବଢ଼ି ଚାଲିଛି ଆଗକୁ ବୋହୁତ୍ ଆଗକୁ ଖାଲି ହସ୍ତରେ, ସାଉଁଟି ବା ପାଇଁ ଟିକେ ଆତ୍ମ ଶାନ୍ତି ||


Rate this content
Log in

Similar oriya poem from Inspirational