ମୋ ଦୁଃଖି ଧନ
ମୋ ଦୁଃଖି ଧନ
ମୋ ଦୁଃଖି ଧନ ତୁ ମୋ ହୃଦ ଚନ୍ଦନ,
ମୋ କୋଳର ଝୁଲଣା ତୁ ମନମୋହନ । ।
ତୁ ମୋ କଳା କାଞ୍ଚନ,
ତୁ ମୋ ବାସଚନ୍ଦନ ।
ଅନ୍ଧାର ଆକାଶେ ପୁନେଇ ଜହ୍ନ । ।
ମୋ ଦୁଃଖି ଧନ ତୁ ମୋ. . . . I I୧II
ଦୁଃଖିନୀ ଦୁଃଖ ପାଶେ।ରା ଧନ ଗଳାମାଳି,
ଅଭାଗୀ ମାଆ ହୃଦର ପ୍ରେମ ରଙ୍କ ଥାଳି ।
କାହ୍ନୁ ତୋରି ବିନା, ଏଇ ମନ ବୁଝେନା
ତୁ ଏକା ମୋ ସାହା ଭରସା ଧନ।
ମୋ ଦୁଃଖି ଧନ ତୁ ମୋ . . . . II9II
ଶରୀର ସିନା ମୋର ଅଟେ ହୃଦୟ ତୁହି
ତୁ ଅଟୁ ଦେହ ଅଭାଗିନୀର ମୁଁ ତୋ ଛାଇ ।
ଗାଇ ବାଛୁରୀ ବିନା, ଯେହ୍ନେ ରହି ପାରେନା ।
ମାଆର ମମତା ଖୋଜେ ଯେସନ ।
ମୋ ଦୁଃଖି ଧନ ତୁ ମୋ . . . . II ୩ ।।
ତୋ ଭାବଡୋରେ ବନ୍ଧା ଆଜି ମୋର ଜୀବନ,
ତୁହି ସପନ ତୁ ଜୀବନ ତୁମୋ ସ୍ପନ୍ଦନ ।
ତୁ ମୋ ସୁଖଦୁଃଖ, ତୁ ମୋ ହୃଦ ପଦକ ।
ମୋ କୋଳେ ସର୍ବଦା ନେବୁ ତୁ ଜନ୍ମ ।
ମୋ ଦୁଃଖି ଧନ ତୁ ମୋ. . . . II ୪।।