Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suvendra kumar Mohapatra

Inspirational

3  

Suvendra kumar Mohapatra

Inspirational

ମୋ ଦେଶ

ମୋ ଦେଶ

1 min
241



ମୁଁ ସେହି ଦେଶପ୍ରେମୀ

ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ

ଅବୋଧ ବାଜିରାଉତ

ବୀର ଲକ୍ଷ୍ମଣନାୟକଙ୍କ

ବଂଶଧର ମାଟିର ସନ୍ତାନ

ବୀରଭୋଗ୍ୟା ମାତୃଭୂମିପାଇଁ

ଦେଇପାରେ ଜୀବନ ବଳିଦାନ !!

ମୁଁ ସେହିମାନଙ୍କ ବଂଶଜ

ବୀରରକ୍ତ ପ୍ରବାହିତ ଦେହେ ମୋର

ମନେଭରି ଜାତୀୟତା ପ୍ରେମ

ବାଣ୍ଟିଚାଲେ ଶାନ୍ତି ମୈତ୍ରୀରଭାବ

ସାଜିପାରେ ସୀମାନ୍ତ ପ୍ରହରୀ

ହାତେ ଧରି ବନ୍ଧୁକ କମାଣ

ଶତ୍ରୁର ରକ୍ତରେ ରଙ୍ଗେଈପାରେ

ଦେଶମାତୃକାକୁ ମୋର !!

ମୁଁ ସେହିମାନଙ୍କ ଦାୟାଦ

ଖରା ବର୍ଷା ଶୀତ କାକରକୁ

କେବେ ଖାତିର ନାହିଁ ମୋର

ବରଫାବୃତ୍ତ କାର୍ଗିଲ ସୀମାରେ

ଲଢ଼ିପାରେ ଶତ୍ରୁସୈନସଙ୍ଗେ

ଧରାଶାଇ କରି ଶତୃପକ୍ଷ

ଉଡାଇପାରେ ମୋ ଦେଶ ତ୍ରିରଙ୍ଗା!!



Rate this content
Log in

Similar oriya poem from Inspirational