ମୋ ଦେଶ ମହାନ
ମୋ ଦେଶ ମହାନ
ଯେଉଁ ଦେଶରେ ଜନମି ଥିଲେ
ମହାତ୍ମା ଗଉତମ
ଅଂହିସା ବାର୍ତ୍ତା ପ୍ରସାରି ଥିଲେ
ବିଶ୍ୱ ବକ୍ଷରେ ଆମ
ସକାଳ ହେଲେ ପ୍ରଣବ ଧ୍ଵନି
ଶୁଭଇ ଯେଉଁଠାରେ
ସେହି ମୋ ପ୍ରିୟ ଜନମ ଭୂଇଁ
ପୂରିଛି ସମ୍ପଦରେ
ଦେବତା ଗଣ ସରଗ ଛାଡି
ବୁଲନ୍ତି ଯେଉଁ ସ୍ଥାନ
ମର୍ତ୍ତ୍ୟ ବୈକୁଣ୍ଠ ରହିଛି ଯହିଁ
ସେ ମାଟି ମୋ ମହାନ
ଦଶାବତା'ର ଅବତରଣ
ବୈକୁଣ୍ଠପୁରୁ ଏଠି
ଅନେକ ମୁନି ଜ୍ଞାନିଙ୍କ ଭୂମି
ମୋର ଭାରତ ମାଟି
ରାଜ ସମ୍ପଦେ ମନ୍ଦିର ମାଳ
ଯେଉଁଠି ଅଛି ପୁରି
ଠାକୁର ଏଠି ମଣିଷ ଭଳି
କାମରେ ଯାନ୍ତି ଭୋଳି
ବାଲ୍ଲୀକି ବ୍ୟାସ ଶ୍ରୀକାଳିଦାସ
ଭଞ୍ଜ ତୁଳସୀ ସନ୍ଥ
ବିଶ୍ୱେ ଦେଖାନ୍ତି ଆମ ସଂସ୍କୃତି
ରଚି ଅନେକ ଗ୍ରନ୍ଥ
ମୋହରି ଦେଶେ ସବୁ ଧର୍ମର
ଆଦର ହୋଇଥାଏ
ମୋ ମୁସଲମାନ ହିନ୍ଦ ଓ ଶିଖ
ଏକାଠି ଏଠି ରୁହେ
ସମସ୍ତେ ମିଶି ନିଜ କ୍ଷେତ୍ରରେ
କରିବା ଆମେ କାମ
ଦେଖାଇଦେବା ଶତ୍ରୁ ପକ୍ଷକୁ
ଏକତା ଟାଣ ଆମ
