STORYMIRROR

Sagar Kumar Parida

Abstract

2  

Sagar Kumar Parida

Abstract

ମୋ ଦେଶ ମହାନ

ମୋ ଦେଶ ମହାନ

1 min
216

ଯେଉଁ ଦେଶରେ  ଜନମି ଥିଲେ

    ମହାତ୍ମା ଗଉତମ

ଅଂହିସା ବାର୍ତ୍ତା   ପ୍ରସାରି ଥିଲେ

   ବିଶ୍ୱ ବକ୍ଷରେ ଆମ

ସକାଳ ହେଲେ  ପ୍ରଣବ ଧ୍ଵନି

    ଶୁଭଇ ଯେଉଁଠାରେ

ସେହି ମୋ ପ୍ରିୟ   ଜନମ ଭୂଇଁ

     ପୂରିଛି ସମ୍ପଦରେ

ଦେବତା ଗଣ    ସରଗ ଛାଡି

    ବୁଲନ୍ତି ଯେଉଁ ସ୍ଥାନ

ମର୍ତ୍ତ୍ୟ ବୈକୁଣ୍ଠ    ରହିଛି ଯହିଁ

   ସେ ମାଟି ମୋ ମହାନ

ଦଶାବତା'ର    ଅବତରଣ

   ବୈକୁଣ୍ଠପୁରୁ ଏଠି

ଅନେକ ମୁନି    ଜ୍ଞାନିଙ୍କ ଭୂମି

    ମୋର ଭାରତ ମାଟି

ରାଜ ସମ୍ପଦେ    ମନ୍ଦିର ମାଳ

    ଯେଉଁଠି ଅଛି ପୁରି

ଠାକୁର ଏଠି     ମଣିଷ ଭଳି

    କାମରେ ଯାନ୍ତି ଭୋଳି

ବାଲ୍ଲୀକି ବ୍ୟାସ  ଶ୍ରୀକାଳିଦାସ

    ଭଞ୍ଜ ତୁଳସୀ ସନ୍ଥ

ବିଶ୍ୱେ ଦେଖାନ୍ତି   ଆମ ସଂସ୍କୃତି

     ରଚି ଅନେକ ଗ୍ରନ୍ଥ

ମୋହରି ଦେଶେ    ସବୁ ଧର୍ମର

     ଆଦର ହୋଇଥାଏ

ମୋ ମୁସଲମାନ  ହିନ୍ଦ ଓ ଶିଖ

     ଏକାଠି ଏଠି ରୁହେ

ସମସ୍ତେ ମିଶି    ନିଜ କ୍ଷେତ୍ରରେ

    କରିବା ଆମେ କାମ

ଦେଖାଇଦେବା   ଶତ୍ରୁ ପକ୍ଷକୁ 

    ଏକତା ଟାଣ ଆମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract