ମୋ ଦେଶ ମାଟିଘର
ମୋ ଦେଶ ମାଟିଘର
ମାଟିଘର ଦୁର୍ମୁଲ୍ୟ ଆଜି
ପରିବର୍ତ୍ତନ ସ୍ୱର
ଶାନ୍ତି ପ୍ରୀତି ମୈତ୍ରୀ ଭାବନା
ଦେଉ ନିରନ୍ତର
ଆ ମୋ କୋଳରେ ଗଡି ଭୁଲିଯା
ଗତିଶୀଳ କର୍ତ୍ତବ୍ୟ ବେଭାର
ଏଇଠି ଅଛି ଉଷ୍ମତା ବାଗ୍ମୀତା
ଅନ୍ତ ସୌନ୍ଦର୍ଯ୍ୟର
ଏଇ ମାଟିରୁ ଘର ଗଛ ଖାଦ୍ୟ ବସ୍ତ୍ର
ଶୀଳ ଓ ଶାଳ ବୈଭବ୍ୟର
ଉତ୍ପତ୍ତି ବିପତ୍ତି ସଂସ୍କୃତି ସଂହତି
ଆଚାର ବ୍ୟବହାର
ଆବରଣ ଉଚ୍ଚାରଣ ଆଚରଣ
ସମ୍ଭାଷଣର ମନ୍ତର
ମାଟିରୁ ଫଳାଇ ସୁନା ମାଟିରୁ
ଉତ୍ପନ୍ନ ଶରୀର
ମାଟି ମୂଳଦୁଆ ତହିଁରୁ ପାଣି ପବନ ବା
ଅସରା ପସରା ଆସରା ଆସର
ମାଟିରେ ମିଶିବା ଦିନ ମାଟିର ସମ୍ବେଦନ
ଅଲିଭା କାଳିର ଅକ୍ଷର
ମାଟିଘର ସାହିତ୍ୟ ଆସର ଦେଇ ଶିଖାଏ
ମାଟିକୁ ଚିହ୍ନିବା ଏଥର
ମାଟି ଓ ମାଟିମଟାଳ ପୁଣି ମାଟିଘର
ମଣିଷ ଗଢେ ଭାଙ୍ଗେ ଭଟ୍ଟା ଓ ଜୁଆର ।