STORYMIRROR

Gangotri Priyadarshini

Abstract Inspirational

2  

Gangotri Priyadarshini

Abstract Inspirational

ମୋ ଦେଶ କୃଷକ

ମୋ ଦେଶ କୃଷକ

1 min
131


ଚିର ନମସ୍ୟ ମୋ ଦେଶ କୃଷକ

ତୁମ ପାଇଁ ଚାରିଆଡେ ମହକ ।।

ସୃଷ୍ଟି ଆରମ୍ଭରୁ କୃଷିର ଧାରା

ଜୀବନ ସିଂଚିଛ ବିଶ୍ୱରେ ପରା ।।

ସତେଜ ସୁନ୍ଦର କୃଷି ସଂସାର

ନାନା ରକମର ଶସ୍ୟ ଭଣ୍ଡାର ।।

କୃଷି ମୌସୁମୀ ଖେଳରେ ନିର୍ଭର କରେ

ସୁଖ ଦୁଃଖ ରେ ବି ହସଥାଏ ଓଠରେ ।।

ହେ କୃଷକ ତୁମ ଶସ୍ୟ ସମ୍ଭାରେ

ଅନ୍ନ ଦାନା ମିଳେ ସବୁ ମୁହଁ ରେ ।।

ସାରା ରାଇଜ ରେ ତୁମ ସମ୍ମାନ

କୃଷକ ପାଇଁ ଏ ଦେଶ ମହାନ ।।

ଅବିରତ ଶ୍ରମେ ଜୀବନ ତାର

କି ଖରା ବରଷା ଶୀତ କାକର ।।

ଧାନ ମୀନ ବିରି ମୁଗ ଗହମ

କେତେ ଯେ ଫସଲ କେତେ ରକମ ।।

କୃଷକ ହସିଲେ ହସିବ ଦେଶ

କୃଷି ପ୍ରଗତି ରେ ମନୋନିବେଶ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract