ମୋ ଦେଶ ଭାରତ,ଏକ କଳ୍ପବଟ
ମୋ ଦେଶ ଭାରତ,ଏକ କଳ୍ପବଟ


ମୋ ଦେଶ ଭାରତ,ଏକ କଳ୍ପବଟ ବିତରେ ଅମୃତ ଫଳ,
ସେ କଳ୍ପବଟରେ କୋଟି କୋଟି ଜୀବ ଫୁଟିଛନ୍ତି ହୋଇ ଫୁଲ | (ଘୋଷା)
ବିଚିତ୍ର ସେ ବୃକ୍ଷ ଅଠେଇଶ ଡାଳ ନଅଗୋଟି କୁଆଁ ତା'ର,
ତାପରେ ମାଡ଼ିଛି ଗଙ୍ଗା ଗୋଦାବରୀ କେତେ ନଦ ନଦୀ ଧାର |
କେତେ ପୁଣ୍ୟ ଧାମ ଅଙ୍ଗେ ଅଙ୍ଗେ ସିନା ରାଜଧାନୀ ବୃକ୍ଷ ମୂଳ |
ମୋ ଦେଶ ଭାରତ,ଏକ କଳ୍ପବଟ ବିତରେ ଅମୃତ ଫଳ,
ସେ କଳ୍ପବଟରେ କୋଟି କୋଟି ଜୀବ ଫୁଟିଛନ୍ତି ହୋଇ ଫୁଲ | (1)
ସେ କଳ୍ପବଟର ଗହଳ ଛାଇରେ ବଢିଛି ଅନେକ ଭାଷା,
କୋଟି କୋଟି ପ୍ରାଣେ ପୁଲକ ଜଗାଏ ନାନାଜାତି ବେଶ-ଭୂଷା |
ଏକରେ ଅନେକ ଅନେକରେ ଏକ ଏକତା ସେ ବୃକ୍ଷ ବଳ |
ମୋ ଦେଶ ଭାରତ,ଏକ କଳ୍ପବଟ ବିତରେ ଅମୃତ ଫଳ,
ସେ କଳ୍ପବଟରେ କୋଟି କୋଟି ଜୀବ ଫୁଟିଛନ୍ତି ହୋଇ ଫୁଲ |(2)