STORYMIRROR

Sasmita Choudhury

Tragedy

3  

Sasmita Choudhury

Tragedy

ମୋ ବୋଉ ସ୍ମୃତିରେ

ମୋ ବୋଉ ସ୍ମୃତିରେ

1 min
227

 

ତୁ ଥିଲୁ ମୋ' ସାହା, 

ଥିଲୁ ମୋ' ଭରସା.. 

ଥିଲୁ ମୋ'ର ଶେଷ ଆଶରା, 

ବଞ୍ଚିବାର ରାହା 

ଦେଖାଇଥିଲୁ ତୁ

ସେନେହ ତୋର ଅପାଶୋରା। 


ହାତ ଧରି ମୋତେ 

ଶିଖାଇଲୁ ଚାଲି, 

କୋଳେ ଧରୁ ମୋତେ 

ଦେହୁ ଝାଡି ବାଲି, 

ତୋ' ପଣତ କାନି.. 

ମମତା ସାଗର

ମଧୁଝରା ତୋର ଡାକରା। 


ରୋଗ ଶେଯ ଧାରେ

ଉଜାଗରେ ବସୁ, 

ନିତି ଦୀପ ଜାଳି 

ମୋ' ଶୁଭ ମନାସୁ, 

ଚାହାଣୀରେ ତୋର

ସତେ କିବା ଯାଦୁ... 

ପରଶ ତୋ' ଅମୃତ ଭରା। 


ଶିଖାଇଲୁ ମୋତେ 

ନୀତିମୟ ବାଣୀ, 

କେତେ ଗୀତ, କେତେ -… 

ପୁରାଣ କାହାଣୀ, 

ଦୁଃଖ ସହିବାକୁ ଶିଖାଇଲୁ ମୋତେ 

ସଂକଟେ ନହୋଇ ଅଧିରା। 


ପଥ ହୁଡି ଗଲେ 

ପାଶେ ପାଶେ ଥାଉ.. 

ଦୂରେ ଗଲେ ମୋ'ର

ପଥ ଚାହିଁ ରହୁ, 

ପ୍ରତିଦାନେ କେବେ 

ଚାହିଁ ନାହୁଁ କିଛି 

ଢାଳିଛୁ ତୁ ଆଶିଷ ଧାରା। 


ତୋ'ଠାରୁ ବଡ କେ

ନାହିଁ ଏହି ଭବେ, 

ଆଲ୍ଲା, କ୍ରୁଷ୍ଣ, ଯୀଶୁ 

ତୋତେ ମୁହିଁ ଭାବେ 

ପୁରୀ, କାବା, କାଶୀ

ସବୁ ତୋ ଚରଣେ 

ତୋ' କୋଳ ମୋ'ର କୁଶୀନାରା। 


ଆଜି ତୁ ମୋ' ଠାରୁ 

କାହିଁ କେତେ ଦୂରେ 

ଅଭାବେ ତୋ'ର ମୁଁ 

ନିତି ଝୁରି ମରେ, 

ସତେକି ଚାହିଁଛୁ

ଦୂର ଆକାଶରୁ.... 

ତୋ' ବିନା ମୋ'ଜୀବନ ଅଧୁରା। 

ତୁ ଥିଲୁ ମୋ ସାହା....... 

**************************


....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy