STORYMIRROR

Chittaranjan Lenka

Tragedy Others

2  

Chittaranjan Lenka

Tragedy Others

ମୋ ବୋଉ-୨

ମୋ ବୋଉ-୨

1 min
13.2K


ତୋ ଖଟ ଉପରେ           ନିତି ଶୋଉଅଛି

ତୁ ମନେ ପଡିବା ପାଇଁ

ତୁ ଗଲା ପରଠୁ       କେବେହେଲେ ଥରେ

ମୋ ପାଶେ ଆସିଲୁ ନାହିଁ


ବାସ୍ତବ ରୂପରେ          ଆସି ପାରିବୁନି

ଭଲ ଭାବେ ଜାଣେ ମୁହିଁ

ସପନରେ ସୁଦ୍ଧା          ଥରଟିଏ ମୋତେ

କେବେ ଦେଖା ଦେଲୁ ନାହିଁ


ଅନାଥ ହୋଇ ମୁଁ     ଯାଇଛି ଲୋ ବୋଉ

ଆହା କେହି କହୁ ନାହିଁ

ସମସ୍ତେ ମୋ ସହ    ଖେଳି ସାରିଲେଣି

କାନ୍ଦୁଛି ନୀରବ ହୋଇ


ଚିତ୍ତ ରଞ୍ଜନ ଲେଙ୍କା (କଟକ)©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy