STORYMIRROR

Maitreyee Kamila

Classics

3  

Maitreyee Kamila

Classics

ମୋ ଭିତରେ ମୁଁ

ମୋ ଭିତରେ ମୁଁ

1 min
224


ମୁଠାଏ ମିଠା ପଣର ବାସ୍ନା

ହଜାଇଦିଏ ମୋ ଭିତରେ ମୁଁ ଟିକୁ,

ଏଇ ଘୁର୍ଣ୍ଣାୟମାନ ପୃଥିବୀର

ବଞ୍ଚିବା ବଢିବାର ଅହରହ 

ସଂଘର୍ଷକୁ ଜାହିର କରେ

ମୋ ଭିତରେ ମୁଁ,

ହସଲୁହ ସତ ମିଛ ର

ଅଭିନୟଟା ଭାରି ଲୁଣିଆ।

ଠିକ ସେ ବାଉଁଶରାଣୀ ଝିଅର ନାଚ ପରି,

ବିଶ୍ୱାସ ଅବିଶ୍ୱାସ ମଝିରେ

ନିଃଶ୍ୱାସ ଲଟକୁ ଥାଏ।

ବିସର୍ଜନ ହୁଏ ମହଣ ମହଣ

ଦମ୍ଭ ଅଭିମାନର ପାରିଲାପଣ।


ମେଞ୍ଚା ମେଞ୍ଚା ଶବ୍ଦ ସବୁ କବିତାର ରୂପ ନେବା ପୂର୍ବରୁ

ମୋ ଅଗଣାରେ ଚଳପ୍ରଚଳ ଋତୁ ସବୁ ମହକି ଉଠନ୍ତି,

ଆକ୍ତାମାକ୍ତା ସମୟର ସୁନାଫିଟା ଡେଣା ମେଲିଯାଏ,

ମୋ ଭିତରେ ମୁଁ

କେବେ ସ୍ୱପ୍ନ ହୋଇ ନିଦରେ ଛାଇଯାଏ,

କେବେ ଫୁଲର ବାସ୍ନାରେ ହଜିଯାଏ,

ପୁଣି କେବେ ଅବୁଝାପଣର ରାତିଟିଏ ହୋଇ ନିଜକୁ ନିଜ ଭିତରେ ଚୋରାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics