STORYMIRROR

Ranjan Kumar Brahma

Abstract

2  

Ranjan Kumar Brahma

Abstract

ମୋ ଭାଷା ମୋ ପରିଚୟ

ମୋ ଭାଷା ମୋ ପରିଚୟ

1 min
3.0K

ଓଡ଼ିଆ ଭାଷାର ଶ୍ରୀ ବୃଦ୍ଧି କଲେ

ଆହେ ଭୀଷ୍ମ ପୂଜ୍ୟ ଫକୀର

ସେ ଭାଷା ଜ୍ଞାନ ହୀନ କାରଣେ

ଆଜି ବୁଲୁ ଆମେ ହୋଇ ଫକୀର


ବର୍ଣ୍ଣବୋଧଟି ଉପହାରେ ଦେଲେ

ଜାତି ବଢିବା ଆଶେ ମଧୁସୂଦନ

ଗୁଳ୍ମ ଦେହେ ଲତା ଯେପରି ରହୁଛି

ଉଠିବା ବଢିବା ହୁଏ କଷଣ


ଅତିବଡ଼ି ଦାସ ଅତି ବଡ଼ ଭାବେ

ରଚିଗଲେ ସୁନ୍ଦର ଭାଗବତ

ତାକୁ ନେଇ ଜାତି ଛାତି ଫୁଲାଇଲା

ଗଢି ଗାଁ ଦାଣ୍ଡେ ଟୁଙ୍ଗି ଚାଳ ଛତ୍ର


ଆମ ପିଲେ ପାଠ କରି ଅଧ୍ୟୟନ

ରଖିବେ ଗ୍ରାମ ଚାଟଶାଳୀ ମାନ

ଅବଧାନ ପାଦେ ଲୟ ରଖି ସର୍ବେ

ଗଢିବେ ସୁସ୍ଥ ସୁନ୍ଦର ଜୀବନ


ଭାଷା ଦିବସେ ମନକୁ ପଖାଳି

ସ୍ମୃତି କରେ ଆମ ଯୁଗ କାହାଣୀ

ଅତ୍ୟାଧୁନିକେ ପ୍ରବେଶ କରିଣ 

ଢାଳ ପାଳୁକୁ ପାଶୋରି ଦେଲୁଣି


ଆମେ ପ୍ରଥମେ ସ୍ୱାଧୀନ ପାଇଲୁ

ଏହି ବଳିଷ୍ଠ ଭାଷାର ପ୍ରଭାବେ

ଆଜି ପରାଧୀନ ଆଡେ ଯାଉଛୁ

ହୁଡ଼ି ଭାଷା ଜାତି ଜ୍ଞାନ ଅଭାବେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract