STORYMIRROR

Ajay kumar Behera

Inspirational

4  

Ajay kumar Behera

Inspirational

ମୋ ଭାରତ

ମୋ ଭାରତ

1 min
452


ଗାନ୍ଧୀ ଗୋପବନ୍ଧୁ ଚାଚା ନେହେରୁ

ସଭିଏଁ ଏକରୁ ଆରେକ ଗୁରୁ।୧।


ଦେଖିଥିଲେ ସତେ କେତେ ସପନ

ସାର୍ଥକ ହୋଇଲା ତାଙ୍କ ଜୀବନ।୨।


ଦେଖାଇ ଆମକୁ ନୂଆ ଆଲୋକ

ଦୂରେଇ ଦେଲେଟି ଦୁଃଖୀର ଦୁଃଖ।୩।


ତାଙ୍କ ପାଇଁ ଆଜି ଆମ ଭାରତ

ବିଶ୍ୱରେ ରଖିଛି ମାନ ମହତ।୪।


ଭାତୃଭାବ ଏଠି କେଡ଼େ ସୁନ୍ଦର

ବିଶ୍ୱାସେ ପର ବି ହୁଏ ନିଜର।୫।


ସେବାମନ ଭାବ ଆଣି ମନରେ

ସେବୁଥିଲେ ପୁଣି ଖୁସି ମନରେ।୬।


ଛଳଣାର ସ୍ଥାନ ନାହିଁ ଦେଶରେ

ସକଳ ଖୁସି ତ ପର ସେବାରେ।୭।


ବହୁ ଭାଷାଭାଷୀ ଲୋକ ଦେଶରେ

ରହନ୍ତି ସତେ ତ ଖୁସି ମନରେ।୮।


ଯେ ଝା କର୍ମେ ପୁଣି ହୁଅନ୍ତି ଖୁସି

ଦୂରରୁ ଦେଖି ସେ ଦିଅନ୍ତି ହସି।୯।


କେଡ଼େ ମହାନ ଯେ ଦେଶ ଆମର

ମୋ ଭାରତ ସତେ ନାମ ତାହାର।୧୦।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational