STORYMIRROR

Ajay kumar Behera

Inspirational Others

4  

Ajay kumar Behera

Inspirational Others

ମୋ ଭାରତ

ମୋ ଭାରତ

1 min
104


କୋଟିଏରେ ଗୋଟିଏ

ପୂଣ୍ୟ ମୋ ଭାରତ

ସାରା ଦୁନିଆରେ ଯେ

ହୋଇଛି ବିଖ୍ୟାତ।୧।


ହିନ୍ଦୁ ମୁସଲମାନ

ଯେତେ ଏ ଦେଶରେ

ସଭିଏଁ ରହନ୍ତି ତ

ଭାରି ଖୁସି ମନରେ।୨।


ଭାଇର ସମ୍ପର୍କକୁ

ଭାଇ ଯେ ବୁଝଇ

ବିପଦ ଆପଦରେ

ସାହା ସେ ହୁଅଇ।୩।


ଆପଣା ପର ଭାବ

ନ ଥାଏ ରେ ଏଠି

ଖୁସିରେ ରହନ୍ତି ଯେ

ସଭିଏଁ ଏକାଠି।୪।


କେଡ଼େ ପବିତ୍ର ଦେଶ

ସତେ ମୋ ଭାରତ

ବହଇ ପୂଣ୍ୟ ଗଙ୍ଗା

ସଦା ଅବିରତ।୫।


ଏଇଠି ଅଛି କେତେ

ପାହାଡ଼ି ଝରଣା

ଅବାଟରେ ଗଲେ ଯେ

ବାଟ ହୁଏ ବଣା।୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational