STORYMIRROR

କବିଶ୍ରୀ ଅକ୍ଷୟ କୁମାର ବେହେରା

Abstract

2  

କବିଶ୍ରୀ ଅକ୍ଷୟ କୁମାର ବେହେରା

Abstract

ମୋ ଭାରତ

ମୋ ଭାରତ

1 min
155

କାଶ୍ମୀରରୁ କନ୍ୟା କୁମାରୀ ଲମ୍ବିଛି

ଭାରତ ମାତା ପଣତ,

ସେ ପଣତେ ତାର ଆଦରେ ଢାଙ୍କିଛି

ପ୍ରାଣୀ ଉଦ୍ଭିଦ ଜଗତ


ପାହାଡ ପର୍ବତ ହିମାଳୟ ଶୃଙ୍ଗ

ମୁକୁଟରେ ଝଟକୁଛି,

ନଦୀ ଓ ଝରଣା ମାନ ବୋହିଯାଇ

ସାଗର ସଙ୍ଗେ ମିଶୁଛି


ମନ୍ଦିର ମାଳିନି ଭାରତ ବୋଲି ତ

ଗ୍ରାମରୁ ସହର ଯାକ,

ଫରଫର ହୋଇ ଆକାଶେ ଉଡଇ

ମନ୍ଦିର ମାନଙ୍କ ନେତ


କଳା ସଂସ୍କୃତିରେ ଭରା ମୋ ଦେଶ

ଅନ୍ୟ ଦେଶ ଠାରୁ ବେଶି,

ଶ୍ରେଷ୍ଠ ମୋ ଭାରତ ଆମେ ଭାରତୀୟ

ସେଥି ପାଇଁ ଲାଗେ ଖୁସି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract