STORYMIRROR

Akshayakumar Dash

Inspirational

4  

Akshayakumar Dash

Inspirational

ମୋ ବାପା

ମୋ ବାପା

1 min
216

ଖରା ବର୍ଷାର ଗଛ ଛାଇ

ପଥର ତାଡି ହାତୁଡିରେ

ପିଟିପିଟି ଭାଙ୍ଗୁଥିବା ବ୍ୟକ୍ତି

ବର୍ଷାରେ ସାରା ପରିବାର 

ମୁଣ୍ଡ ଉପରେ ପଖିଆ

ଘର ବାହାର ସଫା ରଖି

ପରିଷ୍କାର ମନ

ଗୋଟିଏ କଂସାରେ ପାଞ୍ଚଟି ହାତ

ଝାମ୍ପି ଖାଆନ୍ତି ପଖାଳ

ଗୋଟିଏ ହାଣ୍ଡିରୁ 

ପଚିଶ ପ୍ରାଣୀ କୁଟୁମ୍ବ

ପାହାଡ଼ ପରି ଧୈର୍ଯ୍ୟ

ଝୁଣ୍ଟି ଯକ୍ଷ୍ମ ଗୋଡ଼ରେ ଚାଲି

ଲକ୍ଷ୍ୟରେ ପହଞ୍ଚିବାକୁ ପ୍ରୟାସ

ଦିନରାତି ପାଣିମଡେଇ

ଖେତରେ କୃଷକ 

ଜଡିବୁଟି କୁଟି ଖଲି 

ଏକାଧାରରେ ଚିକିତ୍ସକ

ଅଭୟ ମୁଦ୍ରାରେ ବସି

ମଙ୍ଗଳ କାମନା କରି

ସହିଯାଉଛି ଝଡ଼

କେତେ ଥର ଅମାନିଆ ହୋଇ

ଫାଙ୍କିଦେଇଛି କାମ

ଚୋରୀ କରିଛି ଟଙ୍କା

ତଥାପି ମିଠାଫଳ ଦେଇଛି

ଆମ୍ବ ଗଛ ମାଡ ଖାଇ

କର୍ତ୍ତବ୍ୟର ତରାଜୁରେ

ଯଦିହୁଅନ୍ତି ମପା

ପରିବାର ପାଇଁ

ଓଜନିଆ ବାପା ।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Inspirational