ମୋ ବାପା
ମୋ ବାପା
ବାପା;
ଅଭିଧାନର ଏକ ଦୁର୍ମୂଲ୍ୟ ଶବଦ,
ବ୍ରହ୍ମ ରୁ କ୍ଷରିତ ଅମୀୟ ମଧୁର
ମଧୂମୟ ସେହି ନାଦ
ବାପା ;
ଏକ ସଚେତନ ମହାଶକ୍ତି,
ସରଗଠୁ ବଡ଼
ସେ ଜୀବନର ଗତି ମୁକ୍ତି
ବାପା;
ଏକ ଅର୍ନିବଚନୀୟ ଚେତନା,
ସଂସାର ଅଗମ୍ୟ ପଥ ପ୍ରଦର୍ଶନେ
ସହେ ଯେ ଅସହ୍ୟ ଯନ୍ତ୍ରଣା
ବାପା;
ଏକ ସ୍ୱର୍ଗୀୟ ଅଲଭ୍ୟ ଦୂତ,
ପ୍ରତି ମୂହୁର୍ତ୍ତ ର ଜାଗ୍ରତ ପ୍ରହରୀ
ସହେ ଘାତ ପ୍ରତିଘାତ
ବାପା;
ଅଖଣ୍ଡ ଦୀପର ବତୀ,
ଜୀବନ ସଂଗ୍ରାମେ ନିଜେ ଜଳି ଜଳି
ଆଲୋକ ଦେଖାନ୍ତି ନିତି
ବାପା;
ଦୁଃଖନଦୀ ଜଳ ଧାର,
ଅନେକ ବନ୍ଧୁର ପଥ ଅତିକ୍ରମି
ଆସି, ପିପାସା କରେ ଯେ ଦୂର
ବାପା;
ବସନ୍ତ ମଳୟ ପବନ
ଦଗ୍ଧ ହୃଦୟ ଚନ୍ଦନ
ମରୁଭୂମି ମରୁ ଉଦ୍ୟାନ
ସୁସ୍କ ପ୍ରାନ୍ତର ର ମଧୂଝରଣ
ସାକ୍ଷାତ ଈଶ୍ୱର ଙ୍କ ଅବତାର
ମୋ ବାପା
ଏ ଶରୀରର ସୃଷ୍ଟି କରତା
ତାଙ୍କ ପଦ୍ମପାଦ ରେଣୁ ମୋ ମଥାରେ
ଗଙ୍ଗା ମାଟିର ଚିତା; ମୋ ବାପା
