STORYMIRROR

BISWESWAR MAJHI

Classics

2  

BISWESWAR MAJHI

Classics

ମୋ ବାପା

ମୋ ବାପା

1 min
110

ସାବିତ୍ରୀ ଶ୍ରୀନାଥ ତନୟ ନାମ ବହି ଦୁଃଶାସନ ସିନା

କୁଶା ସାନଭାଇ ଦୁଶା ସେତ ଗାଁ ଗାଉଁଲିର ପ୍ରଚଳନ

'ପିତା ଧର୍ମ ପିତା ସ୍ବର୍ଗ' ସେତ ପୁରାଣ ପାଠର ମହାଗାଥା

ବାପା ତୁମେ ଚଳନ୍ତି ଠାକୁର ଦେବାଦେବୀ ସବୁ ପଛକଥା


ଉନେଇଶ ଅଣଚାଳିଶ ସାଲ ଚୈତ୍ର ପୂର୍ଣ୍ଣିମାର ପରଦିନ

ଜନ୍ମ ତୁମ ଗରାମ ଗ୍ରାମର ବାରଦା ଟି ହେଲା କର୍ମସ୍ଥାନ

ଅଳପ ବିଦ୍ୟାରେ ବାପା କରିଅଛ ଅସାଧ୍ୟ ସାଧନ

ତୁମ ଉପଲବ୍ଧି ହେଜ କଲେ ପଂଗୁର ବା ହିମାଦ୍ରି ଲଂଘନ


ସଦା ତୁମେ ସ୍ୱାଧୀନତା ପ୍ରିୟ ସନ୍ତାନଙ୍କ ସତେ ଅବା ବନ୍ଧୁ

କଳି ଗାଳି ସୀମାରୁ ଉର୍ଦ୍ଧ୍ୱରେ ଅବତାର ଦୟା ପ୍ରେମ ସିନ୍ଧୁ

ଅଳ୍ପାହାରି ମିତବ୍ୟୟୀ ତୁମେ ସୁଖ ଦୁଃଖ ସୀମାରୁ ଉର୍ଦ୍ଧ୍ୱରେ

ନିଜ ସୁଖ ଭୁଲିଥିଲ ତୁମେ ଆମପାଇଁ କେତେ ସ୍ନେହ ଭରେ


ସରଳ ଜୀବନଧାରା ତୁମ ଚିନ୍ତା ଧାରା ସତେ ଅବା ସ୍ୱର୍ଗ

ପରୋପକାରାୟ ସ୍ୱର୍ଗାୟ ସେଥିପାଇଁ ଜୀବନ ଉତ୍ସର୍ଗ

ସେବାଭରେ ସଦା ଆଗଭର ଶାସ୍ତ୍ର ଜ୍ଞାନେ ଅବା ବୃହସ୍ପତି

ନ୍ୟାୟ ମିମାଂସା ପ୍ରଦାନ କରୁଥାଅ ଯେହ୍ନେ ବାଚସ୍ପତି


ସ୍ମରଣ ଶକତି ଏତିକି ଭ୍ରମ ହୁଏ ଅବା ଜାତିସ୍ମର

ଅନାବିଳ ସ୍ନେହ ଆଗେ ତୁମ ନଥାଏ ଟି କପଟ ଆଚାର

ଛଅ ପୁଅ ଦୁଇ ଝିଅ ଦାୟ ସମସ୍ତଂକୁ ସାଇତି ସମ୍ଭାଳି

ବୃତ୍ତିବାଡି ସ୍ଥାବର ସମ୍ପତ୍ତି ହେଜ କଲେ ହୁଏନାହିଁ କଳି


ବାର୍ଦ୍ଧକ୍ୟ ବି ତୁମ ପାଖେ ହାରେ ସଦା ଥାଅ କର୍ମ ତତପର

ଶତାୟୁ ପୁରୁଷ ହୋଇ ବାପା ଯଶମାନ ତୁମ ବୃଦ୍ଧି କର ।

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics