Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Inspirational

2  

Suresh chandra Padhy

Inspirational

ମୋ ବାପା

ମୋ ବାପା

2 mins
61


ଦୁନିଆରେ ବାପା ମାଆ ଠାରୁ ବଡ଼ କେହି ନାହିଁ । ଆମ ଜନ୍ମ ପଛରେ ବାପା ମାଆଙ୍କ ହାତ ଅଛି । ବାପା ଆମ ପାଇଁ ସବୁ ତ୍ୟାଗ କରିଛନ୍ତି । 

  କଥାଟି ଆରମ୍ଭ ହୁଏ ହରି ପୁର ଗାଁରୁ । ସେ ଦିନ ସନାତନ ମଉସା ବହୁତ ଖୁସି ଥିଲେ ଏକ ପୁଅ ଜନ୍ମ କରି । ବହୁତ ବର୍ଷ ପରେ ନିଜ ବଂଶ ରକ୍ଷା ହେଲା । ସେ ରିକ୍ସା ଚଲେଇ ପଇସା ଅର୍ଜନ କରନ୍ତି । ନିଜ ପରିବାରକୁ ବହୁତ ଦୁଃଖ କଷ୍ଟରେ ଚଳାନ୍ତି । 

  ସେ ନିଜ ପୁଅକୁ ମଣିଷ କଲେ । ତାର ସବୁ ଅଭାବ ପୂରଣ କଲେ । ପୁଅଟି ପାଠ ପଢି ଆଗକୁ ଗଲା । ପୁଅ କହିଲା ବାପା ମୁଁ ଆଇ.ଏ.ଏସ୍ ପଢ଼ିବି । ପୁଅ ପାଇଁ ବାପା ନିଜ ସବୁ କିଛି ବିକି ଦେଲେ । ହେଲେ ପଇସା ହେଲା ନାହିଁ , ଆଇ.ଏ.ଏସ୍ ପଢାଇବାକୁ ଶେଷରେ ବାପା କାହାକୁ କିଛି ନ କହି ନିଜ ଶରୀରରୁ କିଡିନି ବିକି ଦେଲେ । ଏ କଥା ପୁଅ ଜାଣିନଥିଲା । 

 ସେ ପୁଅ ପାଠ ପଢି ଆଇ.ଏ.ଏସ୍ ହେଲା । ଭୁବନେଶ୍ଵର ଯାଇ ଚାକିରୀ କଲା । ତାକୁ ବାହା ହେବାକୁ ବହୁତ ପ୍ରସ୍ତାବ ଆସିଲା । ସେ ଏକ ଜିଲ୍ଲାପାଳଙ୍କ ଝିଅକୁ ବିବାହ କଲା । 

  ବାପା ଶେଷ ସମୟରେ ଭାବିଲେ ନିଜ ପୁଅ ପାଖରେ ରହିବେ । ପୁଅ ପାଖକୁ ଗଲେ ସତ ହେଲେ ବୋହୁର ବ୍ୟବହାର ବହୁତ କଷ୍ଟ ଦେଲା । ସେ ବାପାଙ୍କୁ ଖାଇବାକୁ ଦେଲା ନାହିଁ କି ସେବା କଲା ନାହିଁ । 

 ବାପା ଏତେ ରୋଗୀଣା ହୋଇ ଗଲେ ଶେଜରୁ ଉଠି ପାରିଲେ ନାହିଁ । ପୁଅଟି କହିଲା ମୋ ବାପାଙ୍କ ଠାରୁ ଚାକିରୀ ବଡ଼ ନାହିଁ । ସେ ବାପାଙ୍କ ପାଇଁ ସବୁ ସେବା କଲା । ନିଜ ହାତରେ ରୋଷେଇ କରି ଖୁଆଇ ଦେଲା । 

ବାପାଙ୍କ ପାଇଁ ହୁଇଲ୍ ଚେୟାର୍ ଆଣି ବାହାରେ ବୁଲାଇଲା । 

  ବାପାଙ୍କୁ ସେ ସବୁ କିଛି ଆଣି ଦେଲା । ତା ଚାକିରୀକୁ ଭୁଲି ସେ ଦିନ ରାତି ବାପାଙ୍କ ସେବା କଲା । ନିଜ ସ୍ତ୍ରୀ କଥା ନ ଶୁଣି ବାପାଙ୍କ ମଳ, ମୂତ୍ର ବି ଖୁସିରେ ସଫା କଲା । ବାପା ଯେମିତି ପିଲା ବେଳେ ତାର ସେବା କରିଥିଲେ ଠିକ ସେଇ ଭଳି ସେ ବି ସେବା ଦେଲା । ବାପା ଦିନେ ଆରପାରିକୁ ଚାଲି ଗଲେ । ସେହି ଦିନ ଠାରୁ ସେ ବାପାଙ୍କୁ ଝୁରି ଝୁରି ଖାଇବା ଛାଡି ଦେଲା । ବାପା ତାକୁ ସ୍ୱପ୍ନରେ କହିଲେ ଆରେ ତୁ ଯଦି ନ ଖାଇବୁ ମୋ ଆତ୍ମା ଶାନ୍ତି ପାଇବ ନାହିଁ । ତୁ ମୋର ବହୁତ ସେବା କଲୁ ତୋ ପରି ପୁଅ ପାଇ ମୁଁ ଧନ୍ୟ ହେଲି । 

 ତା ପରେ ପୁଅ ବାପାଙ୍କ ଆଦେଶ ମାନି ଖାଇଲା । ବାପାଙ୍କ ଅସ୍ଥି ନେଇ ଗଙ୍ଗାରେ ବିସର୍ଜନ କଲା । ବାପାଙ୍କ ଆଦର୍ଶକୁ ନେଇ ଜୀବନ କାଟିଲା । 

  ସତରେ ବାପା ଠାରୁ ଆଉ କେହି ବଡ଼ ନାହିଁ । ଯାହାର ହୃଦୟ ଆକାଶ ଠାରୁ ବଡ଼ ସେ ଆମ ବାପା । ଯିଏ ନିଜ ଲୁହ ଲହୁ ଦେଇ ଆମ ପାଇଁ ସବୁ ତ୍ୟାଗ କରିଛନ୍ତି ସେ ପରା ଆମ ବାପା । ବାପାଙ୍କ ଭୂମିକା ଆମ ଜୀବନରେ ସବୁଠୁ ଅଧିକ । ଆସନ୍ତୁ ଆମେ ସମସ୍ତେ ବାପାଙ୍କ ସେବା କରିବା ତାଙ୍କରି ଆଦର୍ଶକୁ ନେଇ ବଞ୍ଚିବା । 



Rate this content
Log in

Similar oriya poem from Inspirational