Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijaya Kumar Swain

Inspirational

2  

Bijaya Kumar Swain

Inspirational

ମୋ ବାପା

ମୋ ବାପା

1 min
98


ବାପା,,,,,,,


ଖୁବ୍ ମଧୁର ଓ ମନଛୁଆଁ 

   ଅକ୍ଷର ଦୁଇଟି

ମୋ ପାଇଁ ସ୍ବର୍ଗ

ମୋର ସେ ଧର୍ମ

 ତାଙ୍କ ପାଦ ତଳ ମୋ ପାଇଁ

    ମୁକତି ଦ୍ଵାର ଟି।

ଖୁବ୍ ମଧୁର ଓ ମନଛୁଆଁ,,,,,,


ଦେଖିଲି ଦୁନିଆଁ ତୁମରି ଲାଗି

ଚିହ୍ନା ଇଲ ଦୁନିଆ କୁ

  ହାତଧରି ଶିଖାଇଲ ଚାଲି

ଖଡ଼ି ଧରି ସିଖାଇଲ ଲେଖି

  ଥିଲ ମୋର ପିଲାଦିନ ସାଥୀ।


ଖୁବ୍ ମଧୁର ଓ ମନଛୁଆଁ,,,,,,,


ଅଝଟ ହେଲେ ବୁଝାଉ ଥିଲ

ଭୁଲ କଲେ କାନମୋଡ଼ି କହୁଥିଲ

  ଠିକ୍ ଓ ଭୁଲ୍ କେଉଁଟି।


  ଖୁବ୍ ମଧୁର ଓ ମନଛୁଆଁ,,,,,


ସାଇକଲ ଶିଖିବା ବେଳେ

ହେଣ୍ଡେଲ ଧରି ଚାଲୁଥିଲ

  ଆଉ ପଡିଗଲେ

  କୋଳେଇ ନେଇ ଝାଡ଼ୁଥିଲ

ମୋ ଦେହ ର ଧୂଳି ମାଟି।


ଖୁବ୍ ମଧୁର ଓ ମନଛୁଆଁ,,,,,,


କାଲି ଭୁଲି ନ ଥିଲି

ଆଜି ବି ଭୁଲିନି

 କାଲି ମଧ୍ୟ ଭୁଲିବିନି

ତୁମର ମୋ ପାଇଁ ତ୍ୟାଗ

ଅବିସ୍ମରଣୀୟ ତୁମେ

ମୋ ପାଇଁ ଏଇ ବାପା ଶବ୍ଦ ଟି

ମୋ ଜୀବନ ର ମୁଖ୍ୟ ନାୟକ ତୁମେ

  ମୋ ପାଇଁ ତୁମେ ସ୍ବର୍ଗ ଟି।


ଖୁବ୍ ମଧୁର ଓ ମନଛୁଆଁ

   ଅକ୍ଷର ଦୁଇଟି

   ଅକ୍ଷର ଦୁଇଟି।


Rate this content
Log in

Similar oriya poem from Inspirational