STORYMIRROR

Jasoda Majhi

Inspirational

4  

Jasoda Majhi

Inspirational

ମୋ ବାପା

ମୋ ବାପା

1 min
289

ବାପା ତୁମେ ମୋର ଆଦ୍ୟ ପୂଜ୍ୟ ଗୁରୁ

  ତୁମେ ମୋର ଚିର ନମସ୍ୟ 

 ଅଭିନ୍ନ ଆମର ସ୍ୱର୍ଗ ପରିବାରେ 

  ତୁମେ ଅଟ ମୁଖ୍ୟ ସଦସ୍ୟ।


  ତୁମରି କଠିନ ପରିଶ୍ରମ ବଳେ

  ସୁଖେ ଚଲେ ମୋ ପରିବାର 

  ତୁମରି ଆଦର୍ଶ ସଦାଚାର ଶିକ୍ଷା

   ଦେଇଛି ସଦା ସୁସଂସ୍କାର।


 ତୁମରି ଔରସୁ ଜାତ ମୁହିଁ ବାପା

  ତୁମରି ସକାଶେ ଶିକ୍ଷିତ 

 ତୁମରି ଯେତେକ ଦେଖି ଥିବା ସ୍ୱପ୍ନ

  ସତରେ କରିବି ପରିଣତ।

   

 ତୁମ ହାତ ଧରି ଚାଲିବା ଶିଖିଛି

  ପାଇଛି ଲାଳନ ପାଳନ 

  ଆଜୀବନ ତୁମ ସେବା କରିବାରେ

  ବିତିଯାଉ ମୋର ଜୀବନ 


 ତୁମରି କାରଣୁ ସ୍ୱର୍ଗଟେ ଲଭିଛି

  ତୁମକୁ ଦେବି ଶାନ୍ତି ସୁଖ  

  ଜୀବନେ ତୁମର ଆସିବନି କେବେ

   ଦୂରେଇ ଦେବି ସବୁ ଦୁଃଖ।   



Rate this content
Log in

Similar oriya poem from Inspirational