STORYMIRROR

Debadatta Jena

Tragedy Inspirational

3  

Debadatta Jena

Tragedy Inspirational

ମୋ ବାପା

ମୋ ବାପା

1 min
215

ବାପା..

କେବଳ ଶବ୍ଦରେ ନୁହେଁ,

ଶବ୍ଦ ବ୍ରହ୍ମରେ..

ବାପା..

କିଛି ସ୍ୱାର୍ଥରେ ନୁହଁନ୍ତି,

ନିଃସ୍ୱାର୍ଥ, ନିରପରାଧ,

ନିଃସର୍ତ୍ତ,ସୁଖ ଦୁଃଖରେ..

ସତକର୍ମ, ସତୀର୍ଥରେ,

ସ୍ୱଧର୍ମ, ସତ୍ ମାର୍ଗରେ..

ବାପା..

କେଉଁ ଝୋଲିରେ ନୁହେଁ,

ଅଝାଲ,ଅକ୍ଷତ,

ହସ କାନ୍ଦ ଭରା..

ପ୍ରତି କୋଣ ଅନୁକୋଣ,

ଅଳି ଅର୍ଦ୍ଦଳିରେ..

ବାପା..

କେବଳ ଦର୍ପରେ ନୁହେଁ,

କେଉଁ ଅର୍ବ ଖର୍ବରେ,

ସାରଗର୍ଭ ସାରଧର୍ମରେ,

ପର୍ବ ଓ ପର୍ବାଣୀ,

ଉତ୍ସବ ବ୍ୟସନେ..

ପ୍ରତି ପୁନେଇଁ ପର୍ବରେ..

ବାପା..

କେବଳ ପୂର୍ଣ୍ଣତାର

ପ୍ରତୀକାତ୍ମକ ପ୍ରତୀକ ନୁହଁନ୍ତି,

ସେ ପରିପୂର୍ଣ୍ଣତାର ମୂର୍ତ୍ତିମନ୍ତ

ନିରଳସ ସାଧକ,

ବୋଧେହୁଏ.. 

କେବେ ହସି ଜାଣନ୍ତିନି,

କିନ୍ତୁ..

ଖୁବ୍ ହସେଇବା ଜାଣନ୍ତି,

କାନ୍ଦି ପାରନ୍ତିନି,

ହେଲେ ନିଃସନ୍ଦେହ 

ବେଦନାକୁ ବୁଝି ପାରନ୍ତି..

ବାପା..

ଖାଲି ଜ୍ଞାନରେ ନୁହେଁ,

ସର୍ବଜ୍ଞାନ,ସର୍ବ ଜ୍ଞାତରେ..

ହୃଦୟ ଅନ୍ତରେ,

ଅଧିରେ, ରୁଧିରେ..

ପ୍ରତିବିନ୍ଦୁ,ପ୍ରତି ଧାରାରେ,

ଖାଲି ଲୁହରେ ନୁହେଁ,

ଲହୁରେ..

ବାପା..

କେଉଁ କ୍ଷଣରେ ନୁହେଁ,

ପ୍ରତିକ୍ଷଣ, ଅନୁକ୍ଷଣରେ,

ପ୍ରତି କଣ୍ କଣ୍ ରେ..

ବାପା

କେବଳ ଅକ୍ଷର ନୁହେଁ,

ଲିପିରେ,ପ୍ରତିଲିପିରେ,

ପ୍ରତି କ୍ଷେତ୍ରରେ ତ,

ପ୍ରତିଭୂତି,ପ୍ରତିଶୃତିରେ 

ମାଳା,ବର୍ଣ୍ଣମାଳାରେ..

ବାପା..

ଖାଲି ବୋଧରେ ନୁହେଁ,

ଅବୋଧ,ଅବଧାରଣରେ 

ଲବ୍ଧରେ, ଅବ୍ଦରେ..

ବୁଦ୍ଧି,ବିବେକ, ଧୀଶକ୍ତି,

ବୋଧଗମ୍ୟରେ..

ବାପା..

କେବଳ ଅନ୍ତରେ ନୁହେଁ,

ଅନ୍ତଃ ଚେତନାରେ..

କେବେ ଜିତିବାର ବୃଥା 

ଅହମିକା କରନ୍ତିନି ସେ..

ତଥାପି ହାର ମାନନ୍ତିନି,

ହାର୍ର ଜିତର ଉର୍ଦ୍ଧ୍ୱରେ..

ବାପା..

କେଉଁ ପକ୍ଷରେ ନୁହଁନ୍ତି,

ସର୍ବଦା ସର୍ବ ସପକ୍ଷରେ..

ମୋକ୍ଷ,ପ୍ରତିମୋକ୍ଷରେ..

ବାପା..

ଖାଲି କାର୍ଯ୍ୟରେ ନୁହେଁ,

କାର୍ଯ୍ୟ ଓ କାରଣରେ,

କେଉଁ ଭ୍ରମରେ ନୁହେଁ,

ମର୍ମେ,ମର୍ମେ,

ସେ ପ୍ରତିମର୍ମରେ..

ବାପା..

କେବଳ କେଉଁ ଅର୍ଥରେ

ବଶୀଭୂତ ନୁହଁନ୍ତି..

ଅବ୍ୟର୍ଥ,ଅପରାହତ,

ସର୍ବାର୍ଥ,ସ୍ୱୟଂ ପୂର୍ଣ୍ଣତାରେ..

ବାପା..

କେବଳ କେଉଁ ମେଦ,

ସ୍ୱେଦରେ ସୀମିତ ନୁହଁନ୍ତି..

ସ୍ରଷ୍ଟା ଓ ସୃଷ୍ଟିର ଭେଦରେ,

ପ୍ରତି ପରମାର୍ଥରେ..

କେବଳ ମର୍ମରେ ନୁହଁନ୍ତି,

ହୃଦୟର ସାରମର୍ମରେ..

ବାପା..

କେଉଁ ସ୍ପର୍ଦ୍ଧାରେ ନୁହେଁ..

ଶ୍ରଦ୍ଧା ଭକ୍ତି, ଜ୍ଞାନ ମାର୍ଗରେ,

ସ୍ୱାଧ୍ୟାୟ ସ୍ୱ ଅନୁଚିନ୍ତନ, 

ଚିତ୍ତବୃତ୍ତି,ଚିନ୍ତା ଚେତନାରେ..

କାରଣ..

ସେ ବାପା..

କେବେ ଶେଷ ନୁହଁନ୍ତି..

ଅଶେଷ,ସର୍ବତଃ..

ସର୍ବାଗ୍ରେ ଆଦ୍ୟରେ,

ସର୍ବତ୍ର ଅନ୍ତରରେ..

ସର୍ବାଦୌ..

ନିର୍ବିଘ୍ନ ନିରନ୍ତରେ..!

କେବେ ଅକ୍ଷରେ ତ,

କେବେ ସ୍ୱୟଂ କକ୍ଷରେ..

କେବେ ଶ୍ମଶ୍ରୁରେ..

କେବେ ସ୍ୱୀୟ ଅଶ୍ରୁରେ..!

କେବେ ଅହିରେ ତ,

କେବେ ମହିରେ..

କେବେ ଅର୍ଥୀରେ,ପୃଥ୍ଵୀରେ..

ତ ଏବେ ସ୍ମୃତିରେ..!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy