STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ମୋ ବାବା

ମୋ ବାବା

1 min
180

ବାବା ତୁମ ବିନା ଘର ଲଗୁଅଛି ପର

କେଉଁ ଦୋଷ ପାଇଁ ଆଜି ଆମ ଠାରୁ ହୋଇ ଗଲ ଦୂର

ତୁମ କଥା ଭାବି ଭାବି ନିଦ ହୁଏ ନାହିଁ

ଏକା ଏକା ଘରେ ମନ ଲାଗୁ ନାହିଁ

ତୁମ ସ୍ଵାସ୍ଥ୍ୟ କଥା ଭାବି ହୋଇ ଯାଏ ଅଧିର

ତୁମରି ଆରୋଗ୍ୟ କାମନା କରେ ଈଶ୍ୱରଙ୍କ ପୟର

ତୁମ ମୁହଁ ତୁମ କଥା ଭାରି ମନେ ପଡେ

ତୁମେ ଯେତେ ଦୂରେ ଥିଲେ ବି ମନ ଅଛି ତୁମ ଆମ ଆଡ଼େ

ଘରର ଦାୟିତ୍ୱ ତୁମେ ସିନା ସବୁ ନେଉଥିଲ

ଆଜି ସବୁ ଛାଡି କେତେ ଦୂରେ ତୁମେ ରହିଲ

ତୁମ ପାଇଁ ସଭିଙ୍କ ମନ ହେଉ ଅଛି ଉଚ୍ଛନ୍ନ

ତୁମରି ଆରୋଗ୍ୟ କାମନା କରୁଅଛି ରାତି ଦିନ

ତୁମ ଥିଲେ ସବୁ ଆମକୁ ମିଳି ଯାଉ ଥାଏ

ଆଜି ଏ ବିପତ୍ତି ବେଳାରେ ଆମ କଥା ବୁଝିବ କିଏ

ତୁମ କଥା ଭାବି ଭାବି ମନ ହୁଏ ମୋ ଅସ୍ଥିର

ତୁମରି ପଥକୁ ଚାହିଁ ରହିଛି ସୁସ୍ଥ ହୋଇ କେବେ ଆସିବ ଘର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational