Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Drama Action Others

3  

Sunanda Mohanty

Drama Action Others

ମୋ ଅନ୍ତର ଭାବନା

ମୋ ଅନ୍ତର ଭାବନା

1 min
179



ଏତେ କ୍ଲାନ୍ତ ମୁଁ ଆଜି ଅବସନ୍ନ 

ଅନ୍ତର୍ଭାବନା ଅନ୍ତର୍ବେଦନା ଦହନ 

ଶୂନ୍ୟ ହୃଦୟ ମନ ଉପବନ 

କହିପାରେ କିଏ ଦୁର୍ଭାବନା ଚିନ୍ତନ 

ଆର୍ତ୍ତନାଦର କରି ଆକଳନ  ।


ଜନ୍ମ ପରେ କଷଣ ସବୁର ନିଦର୍ଶନ 

ଖାଦ୍ୟ ଅନ୍ନ ବସ୍ତ୍ର ଆଶ୍ରୟର ଉଦବେଳନ 

ଭିକ୍ଷା ଦେହିର ସର୍ବତ୍ର କମ୍ପମାନ 

ବୃକ୍ଷରାଜିର ଆର୍ତ୍ତଚିତ୍କାର ରକ୍ଷ ମାଂ

ଆଣିଦିଏ ଅନ୍ତର୍ଭାଵନା ସବୁଦିନ ।


ଗୃହପାଳିତ ପଶୁ ଅବା ହିଂସ୍ର ବନ୍ୟ 

ଖାଦ୍ୟ ଖାଦକ ଲଢେଇ ହୁଅନ୍ତା ଶୂନ୍ୟ 

ତୃଣ ଫଳ ମୂଳ ଏକାନ୍ତ ମାଧ୍ୟମ ଭୋଜନ 

ବୃକ୍ଷରାଜିରେ ଶୁଶୋଭିତ ହୁଅନ୍ତା ଅରଣ୍ୟ 

ବଂଶବୃଦ୍ଧି ରୋକିବା କରଣୀୟ ହୁଅନ୍ତା ପୂର୍ଣ୍ଣ ।


ଇର୍ଷା କାତରତା ସ୍ୱାର୍ଥପରତା ଅବିଗୁଣ 

କିବା ଲାଭ ଅଢେଇ ଦିନ ଏ ଜୀବନ 

ଗୀତା ଭାଗବତ ପୁରାଣ କରି ପଠନ 

ଆଣିଦେଉ ଆତ୍ମସ୍ୱାଭିମାନ ଯାଉ ଅଭିମାନ 

ମହତପଣିଆ ହେଉ ସେବା ଦାନ ପୂଣ୍ୟ ।


ଭୋ ଦେବ ଏକାନ୍ତ ସର୍ଵମୟ ସର୍ବଜାଣ 

ଅସମାହିତ ସମାଧାନର ସହଜ ସମୀକରଣ 

ମୋ ଅନ୍ତର୍ଭାବନା ହେଉ ସଦଗତି ସମାପନ 

ସଭିଏଁ ହୁଅନ୍ତୁ ସମାନ ରଖି ଆତ୍ମସମ୍ମାନ 

ସୁସ୍ଥ ନିରୋଗୀ ଜୀବନ ଦିଅ ହେ ଭଗବାନ ।



Rate this content
Log in

Similar oriya poem from Drama