STORYMIRROR

Indrabadal Mohanty

Romance

3  

Indrabadal Mohanty

Romance

ମୋ ଆଖିରେ ସ୍ତ୍ରୀ

ମୋ ଆଖିରେ ସ୍ତ୍ରୀ

1 min
128

ମୋ ଆଖିରେ ସ୍ତ୍ରୀ

କେତେ ଯେ ଆଶାର କିରିଣ ତା ସଂସାରରେ

ଅନେକ ଛୋଟବଡ଼ ମଧୁର୍ଯ୍ୟର କାରଣ ସେ ଏ ଦୁନିଆରେ


ମୋ ଆଖିରେ ସ୍ତ୍ରୀ

ଏକ ଅଦେଖା ମେରୁଦଣ୍ଡ ତା ପରିବାରରେ 

ପୁଣି ସମସ୍ତଙ୍କ ମନ ବୁଝି ପାରୁଥିବା ଶକ୍ତିଟିଏ ତା ଅଗଣାରେ


ମୋ ଆଖିରେ ସ୍ତ୍ରୀ

ଏକ ଜୀବନ୍ତ ଉଦାହରଣ ସବୁ ସୁଖଦୁଃଖର ଗନ୍ତାଘରେ

ସେ ପୁଣି ଉନ୍ନତିର ପ୍ରଥମ ସୋପାନ କେତେ ଯେ ଜୀବନର ରଂଗମଂଚରେ


ମୋ ଆଖିରେ ସ୍ତ୍ରୀ

ପ୍ରେମର ପୂଜାରେଣି ତା ପୁରୁଷ ପାଖରେ

ପୁଣି ସେ ସ୍ନେହର ଗନ୍ତାଘର ହୃଦୟର ପ୍ରତ୍ୟକ କୋଣ ଅନୁକୋଣରେ


ମୋ ଆଖିରେ ସ୍ତ୍ରୀ

ପ୍ରୀତିପୂର୍ଣ୍ଣ ପହଲି ଜୋଛନା ତା ହସଖୁସିର ସଂସାରରେ

ପୁଣି ପ୍ରତ୍ୟକ ବିଜୟର ଆନମନା ତା ସଂସାରରୂପୀ ଡଙ୍ଗାରେ


ମୋ ଆଖିରେ ସ୍ତ୍ରୀ

ନିଜତ୍ବ କାହାଣୀରେ ସ୍ୱତନ୍ତ୍ର ଏକ ପରିପ୍ରକଳ୍ପନା ଭଗବାନଙ୍କ ରଚନାରେ

ତୁଳସୀ ପତ୍ର ହୋଇ ଖୁସିରେ ବଂଚିବରହିବାର ଶେଷ କାରଣ ପ୍ରତ୍ୟକ ମୁହୂର୍ତ୍ତରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance