Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sisir Kumar Samal

Inspirational

4  

Sisir Kumar Samal

Inspirational

ମୋ ଆଖିରେ ମା'

ମୋ ଆଖିରେ ମା'

1 min
23.5K


ମୋ ଆଖିରେ ମା' ତୁମେ 

           ଦେବତା ଠୁଁ ମହାନ ,

ଚରଣେ ତୋ ମଥା ପାତେ

             ଘେନ ମୋର ପ୍ରଣାମ ।। (୧)

ନିଜ ଶରୀରର ରକ୍ତମାଂସ ଦେଇ

              ଗର୍ଭରେ କରାଏ ଯାତ ,

ଅକ୍ଷୂର୍ଣ୍ଣ ତା ସ୍ନେହ ତ୍ୟାଗ ବଳିଦାନ

              ମାତା ରୂପେ ପରିଚ଼ିତ ।। (୨)

ବକ୍ଷ'ର ଅମୃତ ଦେଇ କରେ ଯାତ

              ସୃଷ୍ଟି ସର୍ଜନାର କର୍ତା ,

ସ୍ନେହ ମମତାର ଅଟେ ଗନ୍ତାଘର

              ସରଗ ଠୁଁ ବଡ଼ ମାତା ।। (୩)

ଭେକିଲା ପେଟକୁ ଆହାର ଯୋଗାଏ

             ନିଜ ଭୋକଶୋଷ ଭୁଲି ,

ପଣତରେ ତାର ଅମୃତର ଝ଼ର

            ସଂସାରେ ଶିଖାଏ ଚ଼ାଲି ।। (୪)

 ନିଜର ଦୁଃଖକୁ ଛାତିରେ ଚ଼ାପି ସେ

             ଗଢ଼ଇ ସୁନା ସଂସାର ,

ସଂସାର ନାଆରେ ନାଉରୀ ସାଜଇ

              ବାନ୍ଧି ସ୍ନେହପ୍ରେମ ଡ଼ୋର ‌।। (୫)

ଅନ୍ୟ ଏକ ମାତା ହେ ଭାରତ ମାତା

             ଆମ୍ଭେ ଯେ ତୋର ସନ୍ତାନ ,

ତୋ ସୁରକ୍ଷା ଲାଗି ଆମରି ଜନମ

             ଦେବୁ ତ୍ୟାଗ ବଳିଦାନ ।। (୬)

ହିନ୍ଦୁ ମୁସଲିମ ଶିଖ୍ ଖ୍ରୀଷ୍ଟିଆନ

              ନାହିଁ କିଛି ଭେଦଭାବ ,

ଗୋଟିଏ ମାଳାରେ ଫୁଲ ସବୁ ଆମେ

              ଭାରତ ତାହାରି ନାମ ।। (୭)

ଶତ୍ରୁର ପାଖରେ ନଇଁବୁନି କେବେ

             ଉଚ୍ଚା ରଖିବୁ ତୋ ମଥା ,

 ମାଟିର ଧୂଳି ତୋ ମଥାରେ ଲଗାଇ

              ହୋଇବୁ ବିଶ୍ବ ବିଜେତା ।। (୮)


Rate this content
Log in

Similar oriya poem from Inspirational