STORYMIRROR

subrat kumar jena

Tragedy

3  

subrat kumar jena

Tragedy

ମୋ ଆଖିରେ ବର୍ଷା

ମୋ ଆଖିରେ ବର୍ଷା

1 min
423

ଏ ବର୍ଷା କେବେ ଆସିଲା ଜଣା ପଡିଲାନି,

ଯେତେବେଳେ ଲୋଡ଼ାଥିଲା ,

କାହିଁ ଲୁଚି ରହିଗଲା ବଦଲର ଉହାଡରେ ଆକାଶର ବୁକୁରେ,

କେଉଁଆଡ଼େ ଖୋଜିବୁ ପରା..!

ହେଲେ ଏ କଣ କଲା ଅଚାନକ ସମସ୍ତଙ୍କୁ ଚକିତ କରି,

ଏମିତି ବର୍ଷିଲା ଯେ,

ସବୁଆଡେ ହା ହା କାର ଭୟର କୋକୁଆ ରଡି,

କୋଉଠି ନଦୀ ବନ୍ଧ ଭାଙ୍ଗି ଜଳ ପଶିଗଲା ଗାଁ ଗଣ୍ଡାକୁ,

କୋଉଠି ସୁଅ ମୁଁହରେ ଭାସିଗଲାଣି ଦ୍ବିମହଲା ପ୍ରାସାଦ.

ଏଥିଲାଗି କଣ ନାଁ ତୋର ଜନ ମାଙ୍ଗଳକାରୀ ବର୍ଷା ରାଣୀ,

ଆସିଛୁ ତ ଥରେ ଭଲରେ ଦେଖିନେ...

ଅନ୍ନଦାତାର ବୁକୁଫଟା ଚିତ୍କାର ପାଣିରେ ତଳି ସବୁ ପଚି ନିଶ୍ଚିହ୍ନ ହେଲା ପରେ,

ଥରେ ଅନୁଭବ କର ବିଧବା ମାଳତୀ ମାଉସୀର ସାତକଣା ଛପରରୁ,

ତୁ ବର୍ଷି ଗଲୁନି ଯେ ତା ନରମ ଆଖିରୁ ଟୋପା ଟୋପା ହୋଇ ଗରମ ଲୁହ ରୂପରେ ବଦଳି ଗଲା,

କାହିଁ ଏଥର ଶୁଣିପାରିଲେନି କେହି ତୋର ବଡରା ପତ୍ରପରେ ଧଡ଼ ଧଡ଼ ଶବ୍ଦକୁ,

ଅନୁଭବ କରିପାରିଲିନି ଆଉଥରେ ମୁଁ ମୋ ଶୈଶବକୁ,

ଘରେ ଚୁପ ଚାପ ନଡ଼ିଆ ମୁଢି ଚନାଚୁର ପିଆଜ ଆଉ ତେଲର ମିଶ୍ରଣରେ,

ତୁ ପ୍ରତିଥର ଆ ,ହେଲେ ସମୟରେ ଆ ସମୟରେ ଜା.........,

ହେଇଯାଆନା କେବେ ତୁ ସଭିଙ୍କ ଲାଗି ଯାଯାବର ।।।



Rate this content
Log in

Similar oriya poem from Tragedy