ମୋ ଆକାଶର ଜହ୍ନ
ମୋ ଆକାଶର ଜହ୍ନ
ହଜାରେ ତାରାଙ୍କ ଅଗଣାରେ ଉଇଁ
ହସୁଥିଲ ତୁମେ ଜହ୍ନ
ହଜାରେ ତାରାଙ୍କୁ ମୁହଁ ମୋଡ଼ିଦେଇ
ତୁମ ପାଶେ ଦେଲି ମନ ..... I
ଅଝଟ କରିଲେ ସାଜିଛ ତୁମେ
ମୋ ଆକାଶର ଜହ୍ନ
ସେଇ ଜହ୍ନରେ ମୁଁ ଆଜି ଖୋଜୁଛି
ପ୍ରିୟା ତୁମ ପାଦ ଚିହ୍ନ .....I
ଜହ୍ନ ମିଳେ ନାହିଁ ମନ ମରିଯାଏ
ହେଲେ ବୁଝେ ନାହିଁ ମନ
ସଞ୍ଜ ନଇଁଲେ ଆକାଶକୁ ଚାହେଁ
ଜହ୍ନ ଖୋଜେ ପ୍ରତିଦିନ ..... I
ତୁମ ବିନା ଲାଗେ ଆନମନା ଖାଲି
ବଞ୍ଚିବାଟା ବିଡ଼ମ୍ବନା
ତୁମେ ସାଥେ ନାହଁ ବୋଲି
ଜୀବନ ଲାଗେ ବାହାନା ..... I
ଆଲୋକ ବିନା କି ଦୀପର ଅସ୍ତିତ୍ୱ
ସଂସାରେ ଜୀଇଁବା ପାଇଁ
ମୁଁ ହେଲି ସାଗର ତୁମେ ମୋ ପାଇଁ
ସାଜ ଗୋ ଅଧିର ନଈ ..... I
ଜହ୍ନକୁ ଛୁଇଁଲେ ପୂର୍ଣ୍ଣିମା ରାତିଟା
ବହିଲେ ସଞ୍ଜୁଆ ବାଆ
ଥରଟିଏ ରାଣ ଡାକି ଦେଖିନେବ
ସାଥି ମୋତେ ତୁମେ.... ଆ..... I

