STORYMIRROR

Ajit Kumar Raut

Inspirational Others

2  

Ajit Kumar Raut

Inspirational Others

ମନୁଷ୍ୟ ଜୀବନ

ମନୁଷ୍ୟ ଜୀବନ

1 min
185


ବହୁ ପୂଣ୍ୟ ଫଳେ ମନୁଷ୍ୟ ଜୀବନ

ଧରାରେ ପ୍ରାପ୍ତଟି ହୁଏ

ସତ୍ୟ ପଥେ ରହି ନିସ୍ବାର୍ଥ କର୍ମରେ

ଜୀବନ ଅର୍ପିତ ହୁଏ।୧।

ଦୁର୍ଲ୍ଲଭ ଜୀବନ ମନୁଷ୍ୟ ଜୀବନ

ଜନ ହିତ କରୁ ଥାଏ

ଦୁଖି ଜନଙ୍କର ଦୁଖର ଅଶ୍ରୁକୁ

କର୍ମବଳେ ପୋଛି ଦିଏ।୨।

ସତ୍ୟ ପଥେ ରହି କୁଟୁମ୍ବ ବନ୍ଧୁଙ୍କ

ଆବଶ୍ୟକ ପୁରା କରେ

ଧର୍ମପରାୟଣ ହୋଇଣ ଦେଶରେ

ମାତ୍ରୁଭୂମି ସେବା କରେ।୩।

ହିଂସା କପଟୁକୁ ଛାଡିଣ ଦେଶରେ

ସେବାକୁ ଆଦର୍ଶ କରେ

ଉଚ୍ଚ ନୀଚ ଭାବ ତୀଳାଞ୍ଜଳୀ ଦେଇ

ସମସ୍ତଙ୍କୁ ଏକ କରେ।୪।

ଯେଉଁ କର୍ମବଳେ ମନୁଷ୍ୟ ଜୀବନ

ଜୀବନ ସାର୍ଥକ କରେ

ପ୍ରଭୁ ପଦେ ଧ୍ୟାନ ରଖିଣ ଜୀବନେ

ଜୀବନ ପବିତ୍ର କରେ।୫।

ବହୁ ପୂଣ୍ୟ ଫଳେ ମନୁଷ୍ୟ ଜୀବନ

ଧରାରେ ପ୍ରାପ୍ତଟି ହୁଏ

ସତ୍ୟ ପଥେ ରହି ନିସ୍ବାର୍ଥ କର୍ମରେ

ଜୀବନ ଅର୍ପିତ ହୁଏ।୬।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational