STORYMIRROR

Manaswinee Dash

Inspirational

3  

Manaswinee Dash

Inspirational

ମନ୍ତ୍ର ଜପ

ମନ୍ତ୍ର ଜପ

1 min
174

ଜୀବନ ଯେତେବେଳେ ପହଞ୍ଚି ଯାଏ ବାର୍ଦ୍ଧକ୍ଯ ଅବସ୍ଥା, 

ସରବ କର୍ତ୍ତବ୍ଯ ସଂପାଦନ ସାରି, 

ନିରୋଳା ସମୟ ମିଳେ କରିବାକୁ ଭଗବତ ଆସ୍ଥା, 

କାଟି ଦିନ ସେ ମନ୍ଦିର ମନ୍ତ୍ର ଓ କିର୍ତନ କରି। 


ମନ୍ତ୍ର ଜପ ତା ମନରେ ଭରିଦିଏ ଶାନ୍ତି, 

ଖରାପ ଚିନ୍ତାଧାରାରୁ ରହେ ଦୂରେଇ, 

ହିନ୍ଦୁ ମତାନୁସାରେ ସେ ପାଇଥାଏ ମୁକ୍ତି, 

ତା ଜୀବନ ଥାଏ ସାରଥକ ହୋଇ। 


ଯେବେ କରିବ ମନ୍ତ୍ର ଜପ, 

ଏକାଗ୍ରତା ହେଲେ ଯାଇ ମନ ହବ ପୁଲକିତ, 

କମିବ ରାଗର ପ୍ରକୋପ, 

ସମୟ ବି ହବ ଅତିବାହିତ। 


ଜୀବନରେ କରିଥାଅ ଯେତେ ଅର୍ଜନ, 

ନେଇପାରିବନି କିଛି, 

ଯାହାକୁ କହୁଛ ମୋର ମୋର ପରିଜନ, 

ନେବେ ସେସବୁ ପୋଛି। 


ଜୀବନ ଥାଉ ଥାଉ କର ହିତ କର୍ମ, 

ସାହାଯ୍ୟ କର ଯାହାର ଲୋଡା, 

ସତ କର୍ମକୁ କରିଣ ଝରମ, 

ଚଢି ଯାଅ ତୁମେ ଜୀବନ ଘୋଡା। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational