ମନରେ ଜଳୁଛି ନିଆଁ
ମନରେ ଜଳୁଛି ନିଆଁ
ଜଳୁଛି ନିଆଁ ମୋ ମନ ବନାନୀରେ
ହସୁଛି ଫଗୁଣ ଦୂରେ
ଶ୍ରାବଣୀ ଗାଉଛି ବିରହ ଗୀତିକା
ଭେଟି ଦେଇ ଲୁହ ଧାରେ
ସାଥୀ ତୁମେ କୁହ
କେତେ ଦୂରେ ।
ଏତେବଡ ଦୁନିଆଁରେ
ଚାଲୁଛି ମୁଁ ଖଣ୍ଡା ଧାରେ
ତିଳ ତିଳ ହୋଇ ଜଳେ
ଯାତନାର ଜଉଘରେ
କେମିତି କହିବି ନିଜେ
ଭୁଲଥିଲା ଚାଲିବାରେ
ଚାଲିଚି ନିସଂଗ ହୋଇ
କଣ୍ଟକିତ ପଥପରେ ।
ଛାଡିବାନି ହାତ ଆମ
କହିଥିଲ ତୁମେ ଥରେ
ଆସୁ ଝଡ ଆସୁ ବର୍ଷା
ହାରିବାନି ଜୀବନରେ
ଜିତୁ ଜିତୁ ହାରି ଗଲି
ତୁମେ ଚାଲିଗଲା ପରେ
ଚାଲିଗଲ ସିନା ସାଥୀ
ଛାଡି ଦେଇ ସ୍ମୃତି ଧାରେ ।

