Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational

4  

Binodini Dash

Inspirational

ମନରେ ଆସୁ ମୋ ଶୁଦ୍ଧ ଭାବନା

ମନରେ ଆସୁ ମୋ ଶୁଦ୍ଧ ଭାବନା

1 min
237


ଜଗତ ନିର୍ମିତ ଜଣେ ଆନ ହିତ

ସାଧନେ ତିଆରି ସଦ୍ଭାବନା

ନର ଦେହ ଧରି ଜନମ ଲଭିଛି

ମନରେ ଆସୁ ମୋ ଶୁଦ୍ଧ ଭାବନା ।


ଗଙ୍ଗା ଜଳ ସମ ସ୍ବଚ୍ଛ ପାବନ

ଝରିପଡୁ ହୃଦୁ ମମତା ବାରି

ସେଥିରେ ପ୍ଳାବିତ ମନ ପ୍ରଫୁଲ୍ଲିତ

ହୋଇଉଠୁ ଆନଟିର ଯେପରି ।


ଜଗତ କଲ୍ୟାଣ ପଥେ ଧାବମାନ

ହେଉଥାଉ ମୋର କଲମ ମୁନ

ପାଠକେ ସେଥୁରୁ ତୋଳି ଚାଲୁଥାନ୍ତୁ

ସୁଶିକ୍ଷା, ସଂସ୍କାର, ଖୁସି ପ୍ରସୂନ ।


ବିନ୍ଦୁ ବିନ୍ଦୁ ଜଳେ ସାଗରର ସୃଷ୍ଟି

ଶୁଦ୍ଧ ଶୁଦ୍ଧ ମନ ଏକାକାରରେ

ଗଠନେ ପାବନ ଜନ-ରତ୍ନାକର

ଶାନ୍ତି, ତୃପ୍ତି ଭରିଦେବ ଧରାରେ ।


ମନ୍ଦ ଭାବନା ନିଜକୁ ଯାତନା

ଅଶାନ୍ତ ଅସ୍ଥିର କରଇ ମନ

ଉତ୍ତମ ଭାବନା ଉତ୍ତମ ପାଉଣା

ଆନଠାରୁ ମିଳି ହୃଦୟ ପୂର୍ଣ୍ଣ ।


ଆଶା ବିଶ୍ବାସରେ ବିଭୁ ଭରସାରେ

କର୍ମ ଅନୁସରି ଚାଲି ନିଇତି

ଶୁଦ୍ଧ ଭାବନାରେ ବିଭୁ ପାଦ ତଳେ

ପ୍ରତିକ୍ଷେଣେ ବାଢୁଥିବି ପ୍ରଣତି ।



Rate this content
Log in

Similar oriya poem from Inspirational