ମନର ମୀତ
ମନର ମୀତ
ଶ୍ରାବଣ ସଞ୍ଜୁଆ ମେଘୁଆ ଆକାଶୁ
ଅସରାଏ ଅଚାନକ ବଋଷି ପରଷି ଗଲା
ନୁଆଁଣିଆ ସଞ୍ଜୁଆ ସନ୍ଧ୍ୟାରେ
ଗୋରା ଦେହେ ଛିଟାମାରି କାନେ କହି ପଳେଇଲା
ଶୁଭ ସନ୍ଧ୍ୟା ବେଳ
ଶୁଭ ସଂକେତ ଆମୂଳଚୁଳ ।
ସରମୀ ଭରମୀ ଝୀନ ପଣତ ସରେଇ
ନରମୀ ଚାହିଁଲା କଣେଇ କୁରଙ୍ଗୀ ନୀଳକଇଁ
ଛାତି ତଳେ ଛନକା ଦକଦକ
ଶୀତଳ ସିହରଣ ବ୍ୟାପିଲା ସକପକ
ମେଘୁଆ ଆକାଶେ ବିଜୁଳିରାଣୀର ଛଟା
ଛାତି ଥରିଗଲା ଝଲସିଲା ନାଲି ଟିକିଲି ଗୋଟା
ମୁରୁକି ହସିଦେଲା ଅଜାଣତେ ମନର ମୀତ
ଚଗଲା ପବନ ଉଡ଼େଇ ନେଲା ମଥାରୁ ପଣତ
ମୁଖେ ମୟୂଖେ ନାଚୁଥିଲା ଭୟମିଶା ଶୀତ
ଆସିବେ କି ପ୍ରୀୟେ କୁଞ୍ଜବିହାରୀ ବିଦେଶାଗତ
ଝଡ ତୋଫାନିଆ ରାତିରେ କୋହଲା ପାଗରେ
ଯମିଯିବ ଆଜି ଲାଜମିଶା ଦୈହିକ ଅମୃତ ।