Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gautam Das

Abstract Inspirational Children

4  

Gautam Das

Abstract Inspirational Children

ମନୋହର ଦିଶେ ଆମରି ଘର

ମନୋହର ଦିଶେ ଆମରି ଘର

1 min
353


ବଗିଚାରେ ପୁଷ୍ପ ଘର ମନ୍ଦିର

ଗଂଗଶିଉଳି ଓ ମଂଡା ମନ୍ଦାର ।


ଜୁଇ ଜାଇ ମଲ୍ଲି ଆଉ ଟଗର

ସକାଳେ ପୂଜୁଛୁ ଦିଅଁଂକୁ ତୋର ।


ଅଛି ତାହାସଂଗେ କେତକୀ ହେନା

ଆମ ବଗିଚାର କଥା କହନା ।


ବାପା ମାଆ ମିଶି ଲଗାଇଛନ୍ତି

ସାର ପାଣି ଦେଇ ବଢାଇଛନ୍ତି ।


ଚଢେଇ ସେଠାରେ ବସା ବାନ୍ଧିଛି

ସୁନ୍ଦର ବଗିଚା ସଜାଇଅଛି ।


ଘୃତ କୁଆଁରିକୁ ଗିଲୋଇ ଲତା

ସ୍ୱାସ୍ଥ୍ୟ ପାଇଁ ଅଛି କଲରା ପିତା ।


ଶାଗ ପତରକୁ ପରିବା ଚାଷ

ଘରେ ହେଉଥିଲେ କିଣିବୁ କିସ ।


ଗଛ ଗୁଣ ଜାଣି ଲଗାଉ ଥାଅ

ସଜ ଫଳ ପନିପରିବା ଖାଅ ।


ସଭିଂକ ହାତରେ ଲାଗେନା ଗଛ

ଯେତେ ପୋତ ହୁଏ ଯେ ମୁଳପୋଛ ।


ମନୋହର ଦିଶେ ଆମରି ଘର

ତା ସାଥେ ବଗିଚା ଆଉ ସୁନ୍ଦର ।



Rate this content
Log in

Similar oriya poem from Abstract