STORYMIRROR

Niranjan Sahu

Inspirational

2  

Niranjan Sahu

Inspirational

ମଣିଷ

ମଣିଷ

1 min
13.5K


ମଣିଷ ଜନମ କାହିଁକି ପାଇଛ ।

ପଶୁକୁ ଭଲ ପାଉଛ

କୁକୁରକୁ ତୁମେ ସମୟ ଦେଇ

ସାଙ୍ଗରେ ବୁଲେଇ ନେଉଛ

ବାପମାଆଙ୍କୁ ସମୟ ଦେବାକୁ

ଖାଲି କୁନ୍ଥେଇ ହେଉଛ

କୁକୁର ମଳକୁ ଶ୍ରଦ୍ଧାରେ କାଡି

ବାପା ମାଆଙ୍କୁ ନାକ ଟେକୁଛ

କୁକୁରକୁ ତୁମେ ଯତ୍ନ ନେଇ

ଖର୍ଚ୍ଚ କରିବାରେ ଲାଗିଛ

ବାପମାଆ ପାଇଁ ଖର୍ଚ୍ଚ ପଡିଲେ

ବାହାନା ଦେଖେଇ ରହୁଛ ||


କୁକୁର ସଙ୍ଗେ ଗେଲ ହେଇ

କୁକୁର ସଙ୍ଗେ ଖାଉଛ

ବାପା ମାଆଙ୍କୁ ବୋଝ ବୋଲି ଭାବି

ବୃଦ୍ଧାଶ୍ରମେ ଛାଡ଼ିଦେଉଛ

ମନେ ମନେ ଗୂଡ଼ ଖାଉଛ

ବିଜ୍ଞାନ ଯୁଗର ମଣିଷ ବୋଲି

ଗର୍ବ ଗର୍ବ କରି କରି ବୁଲୁଛ

ଧିକ୍କାର ତୁମର ମଣିଷ ପଣିଆ

ଧିକ୍କାର ମଣିଷ ଜନମ

ବାପା ମାଆଙ୍କୁ ଯେ ସମ୍ମାନ କରୁନି

ଧିକ୍କାର ତାର କରମ ||


ନିରଞ୍ଜନ ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational