ମଣିଷ
ମଣିଷ
ମଣିଷ ଜୀବନ ଦୁର୍ଲ୍ଲଭ
ଅଟେ ବଡ଼ ବିଚିତ୍ର
ଜନ୍ମ ବେଳେ ସର୍ବେ ଖୁସିତ
ଗଲା ବେଳେ ଦୁଃଖିତ
ଜନ୍ମ ମୃତ୍ୟୁର ଏ ରହସ୍ୟ
ଜାଣି ହୁଏ ଚକିତ
ନ ଜାଣିଲେ ବୁଦ୍ଧ ହୁଅଇ
ଶିଶୁ ଭଳି ଅଜ୍ଞାତ ll
କ୍ଷଣିକ ଜୀବନ ଏହିତ
ଗଣି କହେ ପଣ୍ଡିତ
ଆଖି ପିଛୁଳାଏ ଯାଏତ
ସର୍ବେ ହୁଅନ୍ତି ମୃତ
ସମୟର ଚକ୍ର ଗତିରେ
ଶିଶୁ ହୁଅଇ ବୃଦ୍ଧ
ମୃତ ହେଲାପରେ ରୁହଇ
ଯଶ କୀର୍ତ୍ତିର ନେତ ll
ହସ ଖୁସି ଖେଳ ନାଚରେ
କଟେ ବାଲ୍ୟ ସମୟ
ମୋର ମୋର ଶିଶୁ କହିଣ
ଜିତେ ମାତୃ ହୃଦୟ
ଶ୍ରଦ୍ଧାରେ ସ୍ନେହରେ ଡାକନ୍ତି
ଦେଇ ନାମ ଅନେକ
ଧୂଳି ମାଟି ବାଲି ଖେଳରେ
ବଢେ ତାର ବୟସ ll
ସାଙ୍ଗ ସାଥି ବନ୍ଧୁ ମେଳରେ
ଆସେ କିଶୋର ବେଳ
ମନ ବାକ୍ୟ କାୟା ବୃଦ୍ଧିରେ
ହୁଏ ବିକାଶ ତାର
କ୍ରୋଧ ଭୟ ଲଜ୍ୟା ରିପୁ ଯେ
ତାକୁ ଚିନ୍ତିତ କରେ
ଏକୁଟିଆ ହୋଇ ରହିଣ
ତାର ସମୟ କଟେ ll
ନିଶ ଦାଢ଼ି କଣ୍ଠ ବଦଳେ
ଆସେ ଯୌବନ ବେଳ
କୁ ସଙ୍ଗ ସତ ସଙ୍ଗ କରଇ
ଲଭି ଗୋଷ୍ଠୀର ଖେଳ
ସୁ ପରାମର୍ଶ ପାଇଁଣ
କରେ ବିକାଶ ତାର
କୁ ଚକ୍ର ରେ ବ୍ୟକ୍ତି ପଡ଼ିଣ
କରେ କୁଳର ନାଶ ll
ସ୍ତ୍ରୀ ପିଲା ଛୁଆ ପାଇଁ କି
ବ୍ୟକ୍ତି ସଂସାର କରେ
ରହିବା ବଂଚିବା ପାଇଁ କି
ବ୍ୟକ୍ତି ବେଉସା କରେ
ଧନ ବଳ ବୃଦ୍ଧି ପାଇଁ କି
ବ୍ୟକ୍ତି ସଂଚୟ କରେ
କରିବା ବଢିବା ଚିନ୍ତାରେ
ତାର ସମୟ ସରେ ll
ଚିନ୍ତା କରୁ କରୁ ବ୍ୟକ୍ତିର
ନିଶ ଦାଢ଼ି ତା ପାଚେ
ଶରୀର ଅବଶ ହୁଅଇ
ବେଗେ ପୌଢତା ଆସେ
ବୃଦ୍ଧ ବୟସରେ ବ୍ୟକ୍ତିଟି
ପିଲାଦିନ ତା ଭାବେ
ଜିତିବା ହାରିବା ହିସାବ
କରି ଜୀବନ ସରେ ll
ଯୁବ ବୟସର କରମ
ତାକୁ ଭୋଗିବା ପଡେ
ସତ ବୁଦ୍ଧି ସତ କରମ
ତାକୁ ଅମର ରଖେ
ମନ୍ଦ ବୁଦ୍ଧି ମନ୍ଦ କରମ
ତାକୁ ଲଜ୍ଜିତ କରେ
ମଲା ପରେ ତାର କରମ
ଇତିହାସ ପାଲଟେ ll